#Uncategorized

ବାଲିଗୁଡା ପୋଲିସର ଚୋରା ଦେଶୀ ମଦ ଜବତ : ୫ ଜଣ ଗିରଫ

ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତ କତେରଭଟା ଗ୍ରାମରେ ବାଲିଗୁଡ଼ା ପୋଲିସ ପକ୍ଷରୁ ପାଟ୍ରୋଲିଂ କରୁଥିବା ସମୟରେ ଚଢ଼ାଉ କରି ୯0 ଲିଟର ଦେଶୀ ମଦ ଜବତ କରିବା ସହ ୩ ଜଣକୁ ଗିରଫ କରିଛି | ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ ବନ ମଳିକ, ବୁଲୁ ସୁବୁଦ୍ଧି ଓ ଅନନ୍ତ ଗୌଡ଼, ଏମାନଙ୍କ ନାମରେ ଏକ ମାମଲା କେଶ ନଂ. 21,22,23/2021 ପ୍ରକାରେ ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି | ସେହିପରି ବାଲିଗୁଡ଼ା ଗୁଳିମରାପଦା ଓ କଟାରି ସାହି ଠାରେ ମଧ୍ୟ ପୋଲିସ ପକ୍ଷରୁ ଚଢ଼ାଉ କରି ୧୫ ଲିଟର ଦେଶି ମଦ ଜବତ କରିବା ସହ ୨ ଜଣକୁ ଗିରଫ କରିଛନ୍ତି l ସେମାନେ ହେଲେ ଗୁଳିମରାପଦା ସାହିର ତଅପୋଇ ନାୟକ ଓ କଟାରି ସାହିର ବାଳକୃଷ୍ଣ ନାୟକଙ୍କ ନାମରେ ଏକ ମାମଲା 19 /2021 ରୁଜୁ କରି 41A ଧାରା ଅନୁଯାଇ ନୋଟିସ କରାଯାଇଥିବା ବିଷୟ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ପ୍ରକାଶ କରିଛନ୍ତି |

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *