#Uncategorized

ମାଣିଆବନ୍ଧ ମହାବିଦ୍ୟାଳୟ ଠାରେ ସଂସ୍କୃତ ସେମିନାର ଅନୁଷ୍ଠିତ


ମାଣିଆବନ୍ଧ(ଉଲାପ୍ର)ବଡମ୍ବା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାଣିଆବନ୍ଧ ମହାବିଦ୍ୟାଳୟ ଠାରେ ସଂସ୍କୃତ ଉପରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି,ଏଥିରେ ମୁଖ୍ୟଅତିଥି ବଡମ୍ବା ଓକିଲ ସଂଘର ସଭାପତି କୈଳାସ ଚନ୍ଦ୍ର ଜେନା ଯୋଗଦେଇ ସଂସ୍କୃତ ଏକ ରାଷ୍ଟ୍ରିୟ ଭାଷା ଓ ସର୍ବପୁରାତନ ଭାଷା ବୋଲି ପ୍ରକାଶ କରିଥିଲେ,ଏହି ସେମିନାରରେ ଅନ୍ୟତମ ଅତିଥିଭାବେ

ଯୋଗଦେଇ ଥିଲେ ଖଗେଶ୍ୱର ମହାପାତ୍ର ଇଁରାଜୀ ଅଧ୍ୟାପକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟକ୍ଷ ବିଜୟ କୁମାର ପରିଡା,ସଂସ୍କୃତ ଅଧ୍ୟାପକ ଶାରଦା ନନ୍ଦ ଦାଶ, ଉଦୟ ଲାବଣ୍ୟ ସମ୍ପାଦକ ଲଲାଟେନ୍ଦୁ ସେନାପତି, ସାମ୍ବାଦିକ ସୁଜିତ କୁମାର ପଟ୍ଟନାୟକ, ବଟକୃଷ୍ଣ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ,ମହାବିଦ୍ୟାଳୟ ର ଛାତ୍ରୀ ଶୁଭଶ୍ରୀ ସ୍ୱାଇଁ ଙ୍କୁ କଲେଜ ରେ ସଂସ୍କୃତ ରେ ସର୍ବୋଚ୍ଚ ନମ୍ବର ରଖିଥିବାରୁ ପୁରସ୍କୃତ କରାଯାଇଥିଲା।

Leave a comment

Your email address will not be published. Required fields are marked *