#Breaking News

ବରଗଡ଼ ଜିଲ୍ଲାପାଳ ଆଶ୍ରମ ସ୍କୁଲ୍ ପରିଦର୍ଶନ


ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବରଡୋଲ ସିମେଣ୍ଟ ନଗର ନିକଟସ୍ଥ ଆଶ୍ରମ ସ୍କୁଲ୍ ଏବଂ ଭଟଲି ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମର ଆଶ୍ରମ ସ୍କୁଲ୍ କୁ ଜିଲ୍ଲାପାଳ ମନୀଷା ବାନାର୍ଜୀ ପରିଦର୍ଶନ କରିଥିଲେ। ସେଠାରେ ରୋଷେଇ ଘର ର ସ୍ବାସ୍ଥ୍ୟ କର ପରିବେଶ ର ଯାଞ୍ଚ୍ କରିବା ସହ ଖାଦ୍ୟ ର ମାନ ପରଖି ଥିଲେ। ସେହିପରି ଅନ୍ତେବାସୀ ଛାତ୍ରୀ ମାନଙ୍କ ସହ ତାଙ୍କ ସୁବିଧା ଅସୁବିଧା ବିଷୟରେ ପଚାରିଥିଲେ। ଜିଲ୍ଲାପାଳ ଙ୍କ ଅଚାନକ ପରିଦର୍ଶନ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

Leave a comment

Your email address will not be published. Required fields are marked *