#Breaking News #District

ମନରେଗା ଯୋଜନା ସଫଳତା ପାଇଁ ୬ ପଂଚାୟତ ପୁରସ୍କୃତ


ଫୁଲବାଣୀ (ସୁନୀଲ ପଟନାୟକ )
କେନ୍ଦ୍ରସରକାର ଙ୍କ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା )ର ସଫଳ ରୂପାୟନ ପାଇଁ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ର ୬ ଗ୍ରାମ ପଂଚାୟତ କୁ ପୁରସ୍କୃତ କରାଯାଇଛି l
ସେଗୁଡିକ ହେଲା ଫିରିଙ୍ଗିଆ, ଡିଂଡିରାଗାଁ, ବଂଧଗଡ଼, ପଵିଙ୍ଗିଆ, କେଲା ପଡା ଓ ନୂଆପଦର ପଂଚାୟତ l
ଏସବୁ ପଂଚାୟତ ରେ ମନରେଗା ଜବ କାର୍ଡ ହିତାଧିକାରୀଙ୍କୁ ଶତ ପ୍ରତିଶତ କାମଧନ୍ଦା ଯୋଗାଇଦେବାସହ ଠିକ ସମୟରେ ବ୍ୟାଙ୍କ ପାସ ବୁକ ଜରିଆରେ ପାରିଶ୍ରମିକ ପଇଠ କରାଯାଇଛି l
କେବଳ ସେତିକ ନୁହେଁ ଯୋଜନାରେ ହାତକୁ ନିଆଯାଇଥିବା କାର୍ଯ୍ୟ ମଧ୍ୟ ଉଚ୍ଚମା ନର ହୋ ଇଥିବା ଜଣାପଡିଥିଲା l ସେହିପରି ବ୍ଲକର ବନ୍ଧ ଗଡ଼ ପଂଚାୟତ ର ହା ଗ୍ରାମର ଜଣେ ମେଟଭୋଳାନାଥ କହଁର ଙ୍କୁ ମଧ୍ୟ ଏହି ଅବସରରେ ପୁର ସ୍କୃତ କରାଯାଇଥିଲା l ଫିରିଙ୍ଗିଆ ବ୍ଲକ ବିଡ଼ିଓ ରଶ୍ମି ରଞ୍ଜନ ମହନ୍ତ ସମସ୍ତ ପଂଚାୟତ କର୍ମକର୍ତା ଙ୍କୁ ଟ୍ରଫି ଓ ମାନ ପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ l
ସୂଚନା ଯୋଗ୍ୟ ଯେ, ବ୍ଲକ ର ୧ ୫ ଲକ୍ଷ ଚାଳିଶ ହଜାର ୭ ୯ ୭ ଶ୍ରମ ଦିବସ ସୃଷ୍ଟି କରାଯାଇଥିବା ବେଳେ ୫ ୮ ୩ ୧ ପରିବାର ଶହେ ଦିନର କାର୍ଯ୍ୟ ପୂରଣ କରିଛନ୍ତି l ବ୍ଲକ ରେ ମୋଟ ୧ ୫ ୫ 0ଟି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ ହୋଇଥିବା ବେଳେ ଚଉଦ ଟି ଅମୃତ ସରବର ପ୍ରକଳ୍ପ କାର୍ଯ୍ୟ ସରିଛି lବିଡ଼ିଓ ରଶ୍ମି ରଂଜ ନ ମହନ୍ତ ଙ୍କ ନିଷ୍ଠା ପର ଉଦ୍ୟମ, ଆନ୍ତରିକତା, କାର୍ଯ୍ୟ ଦକ୍ଷତା, ଓ ସମୟୋ ଚିତ ପଦ କ୍ଷେପ
ଯୋଗୁଁ ମାଓ ଅଧ୍ୟୁଷିତ ଫିରିଙ୍ଗିଆ ବ୍ଲକ ରେ ଉଚ୍ଚମାନର କାର୍ଯ୍ୟ ହେବାସହ ନିର୍ଧାରିତ ସମୟ ସୀମା ମଧ୍ୟରେ ସରିପାରୁଛି ଆଉ ଲୋକେ ବି ବେଶ ଉପକୃତ ହୋଇପାରୁଥିବା ଦେଖାଯାଉଛି l
ଅଂଚଳ ର ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତି ସଂଭବ ହୋଇପାରିଛି l
ପୁରସ୍କାର ବିତରଣୀ ଉତ୍ସବ ରେ ହିସାବ ରକ୍ଷକ ସଚିନ ଜlଠେ, ଏ ପିଓ ସୁମନ୍ତ ଉଠାନସିଂ, ମନରେଗା ସହାୟକ ଜିତେନ୍ଦ୍ର ଆଚାର୍ଯ୍ୟ, ରାଜେଶ ପହି ପ୍ରମୁଖ ଉପସ୍ଥିତ ଥିଲେ

Leave a comment

Your email address will not be published. Required fields are marked *