#Breaking News #District

ଭୁବନ ବ୍ଲକ ସୁରପ୍ରତାପପୁର ଗ୍ରାମରେ ଦେଶୀ ମଦ ଭାଟି ରେ ଚଢ଼ାଉ, ହଜାରେ ଲିଟର ପୋଚ ସହିତ ଶହେ ଲିଟର ମଦ ନଷ୍ଟ,ଚୋରା ବେପାରୀ ଙ୍କ ଛତ୍ରଭଙ୍ଗ


କାମାକ୍ଷାନାଗର ( ଉଲ୍ଲାପ୍ର )ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ର ଭୁବନ ବ୍ଲକ ଅନ୍ତର୍ଗତ ସୁରପ୍ରତାପ ପୁର ଗ୍ରାମ ନିକଟରେ ବହୁଦିନ ଧରି ଚୋରା ବିଷାକ୍ତ ମଦ ପ୍ରସ୍ତୁତ କରି ବିଭିନ୍ନ ସ୍ଥାନ କୁ କୋଚିଆ ମାନଙ୍କୁ ସହାୟତା ରେ ବିକ୍ରି କରି ମାଲେମାଲ ହୋଇଥିବା ବେଳେ ସାଧାରଣ ମୁଲିଆ ଶ୍ରେଣୀ ର ଲୋକ ମନେ ଉକ୍ତ ମଦ ପି ରୋଗାକ୍ରାନ୍ତ ହେବାସହ ମୃତୁ ମୁଖ ରେ ପଡୁଛନ୍ତି l ଦଶହରା ପୂଜା ଉପଲକ୍ଷେ କର୍ମଚାରୀ ମନେ ବ୍ୟସ୍ତ ରହୁଥିବା ବେଳେ ଏହାର ସୁଯୋଗ ନେଇ ମଦ ମାଫିଆ ମନେ ସକ୍ରିୟ ହେଉଛନ୍ତି l ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ମୁଖ୍ୟ ଅଧିକାରୀ ପ୍ରଦୀପ ପାଣିଗ୍ରାହୀ ଙ୍କ ନିର୍ଦେଶ କ୍ରମେ କାମାକ୍ଷା ନଗର ର ଅବକାରୀ ବିଭାଗ ର ଅଧିକାରୀ ଦୀପ ଦ୍ୱତନ ବିଶ୍ୱାଳ ଏବଂ ଭୁବନ ଅଧିକାରୀ ସରୋଜ ମିଶ୍ର ଙ୍କ ମିଳିତ ଚଢ଼ାଉ ରେ ପୂର୍ବାହ୍ନ ରେ ଚଢ଼ାଉ କରାଯାଇ ହଜାରେ ଲିଟର ପୋଚ ନଷ୍ଟ କରିବା ସହିତ ଶହେ ଲିଟର ମଦ ନଷ୍ଟ କରାଯାଇଛି l

Leave a comment

Your email address will not be published. Required fields are marked *