#Exclusive

ସ୍ଵାଭିମାନ ରେ ବଞ୍ଚିଛି ।

ଲଲାଟେନ୍ଦୁ ସେନାପତି : ବିଜୁବାବୁଙ୍କ ସ୍ଥାନରେ ମୁଁ ଆଉ କାହାକୁ କେମିତି ବସାଇବି ! ତେଣୁ ଇସ୍ତଫା ଦେଲି । ମୁଁ ବିଜେଡିରେ ଥିଲି ସେମାନେ ମୋତେ ବହିଷ୍କାର କରିଛନ୍ତି । ଯଦି ବିଜେଡି ବହିଷ୍କାର ଉଠାଏ ତେବେ ମୁଁ ପୁଣିଥରେ ଦଳରେ ରହିବି ,ବିଜେଡିରେ ମିଶିଲେ ବି କୌଣସି ପଦବୀ ନେବି ନାହିଁ କି ନିର୍ବାଚନ ଲଢିବି ନାହିଁ : ଦାମୋଦର ରାଉତ ବିଜେଡି ମୋତେ ବହିଷ୍କାର କଲା ପରେ ବିଜେପି ବାଲା ମୋ ପାଖକୁ ଆସି ମୋତେ ପ୍ରଲୋଭିତ କଲେ ଓ ଦଳରେ ମିସାଇଲେ । କିନ୍ତୁ ନିର୍ବାଚନ ସରିଲା ପରେ ମୋତେ ଭୁଲିଗଲେ । ମୋ ଛାତିରେ ବିଜୁବାବୁ ଆସ୍ଥାନ କରି ବସିଛନ୍ତି : ଦାମୋଦର ରାଉତଦଳୀୟ ରାଜନୀତିିରେ ଭାଗ ନେବାକୁ ଆଗ୍ରହୀ ନୁହଁ ,ମୁଁ ନବୀନ ପଟ୍ଟନାୟକଙ୍କ ବିରୋଧରେ ନୁହେଁ , ସରକାରୀ କଳ ଦୁର୍ନୀତି ବିରୋଧରେ : ମୋର ବୟସ ହେଲାଣି , ବୟସ କାରଣରୁ ଶାରୀରିକ ଅସୁସ୍ଥତା ଦେଖାଦେଲାଣି । ତେଣୁ ମୁଁ ଆଉ ନିର୍ବାଚନ ରାଜନୀତିରେ ଅଂଶଗ୍ରହଣ କରିବି ନାହିଁ । ମୁଁ ବିଜୁବାବୁଙ୍କ ଅନୁଗତ,ତାଙ୍କ ନୀତିଆଦର୍ଶରେ ଲୋକଙ୍କ ସେବା କରିବି : ଦାମୋଦର ରାଉତ #DamodarRout

Leave a comment

Your email address will not be published. Required fields are marked *