#Breaking News

ଓଡ଼ିଆ ଚଳଚ୍ଚିତ୍ର “ମନମୋର କାଗଜ ଗୁଡ଼ି” ଶୁଭମୁକ୍ତି ତାରିଖ ଘୋଷଣା ଉତ୍ସଵ ଅନୁଷ୍ଠିତ

ଭୁବନେଶ୍ବର:(ଉଲାପ୍ର) ସୁମିତ୍ରା ଏଣ୍ଟେରଟେନମେଣ୍ଟର ପ୍ରଥମ ଅବଦାନ,ମନମୋର କାଗଜ ଗୁଡିର ଶୁଭମୁକ୍ତି ତାରିଖ ଘୋଷଣା ଉତ୍ସଵ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଚଳଚ୍ଚିତ୍ରଟି ଆସନ୍ତା ମାର୍ଚ୍ଚ ୪ ତାରିଖରେ ଶୁଭମୁକ୍ତି ହେବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ଘୋଷଣା କରାଯାଇଛି। ଚଳଚିତ୍ର ଅଡିଓ ରିଲିଜ ହୋଇ ଦର୍ଶକମାନଙ୍କ ଦ୍ୱାରା ବେଶ ଲୋକାଦୃତ ହୋଇଛି। ଶୁଭମୁକ୍ତି ତାରିଖ ଘୋଷଣା ଉତ୍ସବରେ ପ୍ରଯୋଜକ ଶିବିର କୁମାର ପରିଡା ,ସହ ପ୍ରଯୋଜକ ବିବେକାନନ୍ଦ ବାରିକ ,ନିର୍ଦ୍ଦେଶକ ଦିବ୍ୟଜ୍ୟୋତି ପାତ୍ର ଓ ଅଭିନେତା ରାକେଶ ,ବିକାଶ ଚନ୍ଦ୍ର ପଟ୍ଟନାୟକ ,ଅଭିନେତ୍ରୀ ମମତା ଦାସ ,ଐଶ୍ୱର୍ଯ୍ୟା ,ସହଯୋଗୀ ନିର୍ଦ୍ଦେଶକ ସ୍ୱାଗତ ପାତ୍ର ,ସହ ନିର୍ଦ୍ଦେଶକ ଜୁନିଅର ସିଦ୍ଧାନ୍ତ ଉପସ୍ଥିତ ଥିଲେ । ଚଳଚ୍ଚିତ୍ର “ମନ ମୋର କାଗଜ ଗୁଡ଼ି ” କଟକ, ଭୁବନେଶ୍ୱର,ବାଲେଶ୍ୱର ସମେତ ,ଓଡିଶା ବାହାରେ କୋଲକାତା,ଦିଲ୍ଲୀ ,କୋଲକାତା ,ବାଙ୍ଗାଲୋର,ସୁରଟରେ ମଧ୍ୟ
ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ର ପ୍ରଚାର ମୁଖ୍ୟ ଭରତ ପ୍ରଧାନ ଓ ଅମୃତ ନନ୍ଦ ସୂଚନା ଦେଇଛନ୍ତି।

Leave a comment

Your email address will not be published. Required fields are marked *