#Breaking News #Uncategorized

କାର ଓ ଟ୍ରକ ମୁହା ମୁହିଁ, ସାମ୍ବାଦିକ ଓ ପତ୍ନୀ ଗୁରୁତର


ଫୁଲବାଣୀ (ସୁନୀଲ ପଟନାୟକ) ଶୁକ୍ରବାର ଅପରାହ୍ନରେ ବଦଲା ନିକଟରେ ଏକ ଟ୍ରକ କାରକୁ ଧକ୍କା ଦେବା ଫଳରେ କାର ଚାଳକ ଜୀ ଟିଭି ର ସାମ୍ବାଦିକ ସୁନୀଲ ବିଶ୍ଵାଳ ଓ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସାମ୍ବାଦିକ ବିଶ୍ୱାଳ କୌଣସି କାମରେ ଭୁବନେଶ୍ଵର ଯାଇ ଆଜି ଫୁଲ ବାଣୀ କୁ ନିଜ କାରହୋଣ୍ଡା ଆମେ ଜ ରେ ଫେରୁଥିବାବେଳେ ବଦଲା ନିକଟବୁଲାଣି ରେ ଟ୍ରକ ସହ ମୁହାଁ ମୁହିଁ ଦୁର୍ଘଟଣା ଘଟିଥିଲା। ଖବର ପାଇ ଫୁଲବାଣୀରୁ ସାମ୍ବାଦିକ ହିମାଂଶୁ ବେହେରା । ଓ ହୁରଞନ ସେଠୀ ଘଟଣା ସ୍ଥଳରେ ପହଞ୍ଚି ବୁଝାଶୁଝା କରି ଆମ୍ବୁଲାନ୍ସ ଯୋଗେ ଫୁଲବାଣୀ ମେଡିକାଲରେ ଭର୍ତ୍ତୀ କରିଥିଲେ। କନ୍ଧମାଳ ଜିଲ୍ଲା ଫ୍ରଣ୍ଟ ଲାଇନ ମିଡିଆ ଏ ସୋସିଏସନର ଉ ପଦେଷ୍ଟ। ତଥା ବରୀଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ, ବରୀଷ୍ଠ ସାମ୍ବାଦିକ ତଥା ସଭାପତି କେଡ଼ିଜେଏଡ.ଅରୁପ ଜେନା, ବରୀଷ୍ଠ ସାମ୍ବାଦିକ ଶିଶିର ପଟନାୟକ, ତ୍ରି ନାଥ ସାହୁ, ସଦାଶିବ ପାତ୍ର, ସୁଜିତ ବେହେରା , ସନ୍ତୋଷ ଡିଗଲ । ଅଜିତ ମହାରଣା, ପ୍ରଶାନ୍ତ ବେହେରା ପ୍ରମୁଖ ସୁନୀଲ ବିଶ୍ଵାଳଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଉଭୟଙ୍କ ସ୍ୱାସ୍ଥ୍ୟୁ ଅବସ୍ଥା ସ୍ଥିର ରହିଛି ।

Leave a comment

Your email address will not be published. Required fields are marked *