#Breaking News #District

ଫିରିଙ୍ଗିଆ ବନ ବିଭାଗ ରଜଙ୍ଗଲ ସୁରକ୍ଷା ସଚେତନତା


ଫୁଲବାଣୀ (ସୁନୀଲ ପଟନାୟକ )
ଫୁଲବାଣୀ ବନଖଣ୍ଡ ଅଧୀନ ଫିରିଙ୍ଗିଆ ରେଞ୍ଜ ଅନ୍ତର୍ଗତ ତୁମଲ ପଦର ଗ୍ରାମରେ ବନ ସରଂ କ୍ଷଣ ସମିତି ସଦସ୍ୟ ସଦସ୍ୟା, ଓ ଗ୍ରାମବାସୀ ଙ୍କୁ ନେଇ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା l
ଏଥିରେ ଫିରିଙ୍ଗିଆ ବନକର୍ମଚାରୀ ମାନେ ଯୋଗଦେଇ ଜଙ୍ଗଲ କୁ ନିଆଁଦାଉରୁ ରକ୍ଷା କରିବା ପାଇଁ ବନ ସୁରକ୍ଷା ସମିତି ସଦସ୍ୟ, ଗ୍ରାମବାସୀ, ଯୁବକ ସଙ୍ଘ ମନ ପ୍ରାଣ ଦେଇ ନିଷ୍ଠା ଓ ଆନ୍ତରିକତାର ସହ ଉଦ୍ୟମ କରିବା ପାଇଁ ପରାମର୍ଶ ଦେଇଥିଲେ l
ସେହିପରି ବୃକ୍ଷ ରୋପଣ, ଜଙ୍ଗଲ ସୁରକ୍ଷା, ଫୁଲ ଝାଡୁ ଚାଷ, କୁକୁଡ଼ା ପାଳନ କରି ସ୍ୱାବଲମ୍ବୀ ହେବାପାଇଁ କହିଥିଲେ l
ନୂତନ ରେଞ୍ଜର ଭାବେ ଯୋଗଦେଇଥିବା ରବି ପାତ୍ର ବିଶେଷ କରି ବୃକ୍ଷ ରୋପଣ. ଜଙ୍ଗଲ ସୁରକ୍ଷା, ବନ୍ୟପ୍ରାଣୀ ସୁରକ୍ଷା, ଜଙ୍ଗଲ ରେ ନିଆଁ ଯେପରି ନ ଲାଗିବ ସେ ଦିଗରେ ଅଧିକ ଗୁରୁତ୍ୱ ଦେଇ କାର୍ଯ୍ୟ କରୁ ଥିବା ଦେଖାଯାଉଛି l
ସେହିପରି ବନ ବିଭାଗ ପକ୍ଷରୁ ହାତକୁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ରେ ଯେପରି ଲୋକେ ସୁଫଳ ପାଇବେ ଆଉ ଆତ୍ମ ନିର୍ଭରଶୀଳ ହୋଇ ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ ହେବେ ସେଥିପାଇଁ ନିଷ୍ଠା ଓ ଆନ୍ତରିକତା ର ସହ କାର୍ଯ୍ୟକରୁଥିବାରୁ ଲୋକେ ବେଶ ଖୁସି ଅନୁଭବ କରୁଥିବା ଦେଖିବାକୁମିଳିଛି l

Leave a comment

Your email address will not be published. Required fields are marked *