#Breaking News #District

ପ୍ରେମ କରି ଧରାପଡ଼ି ପ୍ରଧାନଶିକ୍ଷକ ହଟହଟା


ଫୁଲବାଣୀ( ଉଲ୍ଲାପ୍ର )
କଥାରେ ଅଛି ପ୍ରେମ ବୟସ କି ବାଧା ବନ୍ଧନ ମାନେନା l ବୃଦ୍ଧ ବୟସ ରେ ପ୍ରେମ କରି ଧରାପଡ଼ି ହଟହଟା ହୋଇଥିବା ଖବର ଆସିଛି ବାଲିଗୁଡ଼ା ବ୍ଲକ ସୁ ଡ୍ରା ସେବାଶ୍ରମ ରୁ l ସେବା ଶ୍ରମ ର ପ୍ରଧାନ ଶିକ୍ଷକ ପ୍ରେମ୍ କରୁଥିବାବେଳେ ଗାଁ ଲୋକ ଙ୍କ ଦ୍ଵାରା ଧରାପଡ଼ି ନିସ୍ତୁକ ଛେଚା ଖାଇଛନ୍ତି କୁଆଡେ l ଶୁକ୍ରବାର ସନ୍ଧ୍ୟା ସାତଟା ବେଳେ ସେବାଶ୍ରମ ପରିସରରେ ପ୍ରଧାନଶିକ୍ଷକ ଜଣକ ଅଞ୍ଚଳ ର ଦୁଇ ଜଣ ମହିଳା ଙ୍କ ସହ ପ୍ରେମରେ ମଶ ଗୁଲ ଥିଲେ l ଠିକ୍ ସେତେବେଳେ କୌଣସି ସୂତ୍ର ରୁ ଖବର ପାଇ ସ୍କୁଲ ସଭାପତି ଓ କିଛି ଅବିଭାବକ ସେବାଶ୍ରମ ରେ ପଶି ଏ ସବୁ ଦେଖି ଥିଲେ l ତେବେ ପ୍ରଧାନ ଶିକ୍ଷକ ଙ୍କ ସହ ରାସ ଲୀଳା ରେ ମାତିଥିବା ଦୁଇ ଜଣ ମହିଳା ସ୍କୁଲ ପାଚେରୀ ଡେଇଁ ଚଂପଟ ମାରିଥିଲେ l ପ୍ରଧାନ ଶିକ୍ଷକଙ୍କୁ ଏ ନେଇ ସଭାପତି ଓ ଗ୍ରାମବାସୀ ପଚାରିବାରୁ ସେ କୌଣସି ଉତ୍ତର ଦେଇନଥିଲେ l ଫଳରେ ସନ୍ଦେହ ଦୃଢୀଭୂତ ହୋଇଥିଲା l ଗ୍ରାମବାସୀ ଭଲ କରି ଉତ୍ତମମଧ୍ୟମ ଦେବା ସହ ଅଟକ ରଖିଥିଲେ l ପରେ
ସରପଞ୍ଚ ଙ୍କ ସହ ଆଲୋଚନା ପରେ
ବାରଖମା ଫାଣ୍ଡି ରେ ଏ ନେଇ ଜଣାଇ ଥିଲେ l ତେବେ ରାତି ରେ ସେବାଶ୍ରମ ପରିସର ଭିତରକୁ ମହିଳା କାହିଁକି ଓ କଣ ପାଈଁ ଆସିଥିଲେ ତାହା ଜଣା ପଡିନିl
ପୋଲିସ ଓ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ହୋଇପଡିଛି l

Leave a comment

Your email address will not be published. Required fields are marked *