#District

ମାହାଙ୍ଗା ରେ ବୃହତ୍ ପଥପାର୍ଶ୍ବ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ।।

ମାହାଙ୍ଗା(ଉଲାପ୍ର)ମାହାଙ୍ଗା ବ୍ଲକ ଅନ୍ତର୍ଗତ ମଧୁପୁର ପଞ୍ଚାୟତ ର କୁଶକୁଣ୍ଟା ଠାରେ ଜଳ ଛାୟା ମିସନ୍ ଓ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ମିଳିତ ଆନୁକୁଲ୍ୟରେ ଏକ ବୃହତ୍ ପଥପାର୍ଶ୍ବ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି। ମାହାଙ୍ଗା ବ୍ଲକ ଅଧ୍ୟକ୍ଷ ଶରତ କୁମାର ନାୟକ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା ର ମାନ୍ଯବର ଆଇନ, ପଞ୍ଚାୟତିରାଜ, ନଗର ଉନ୍ନୟନ, ଜଳ ଯୋଗାଣ, ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଏହାର ଶୁଭାରମ୍ଭ କରିଥିଲେ। ଆଜିଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମାହାଙ୍ଗା ର ବିଭିନ୍ନ ପଞ୍ଚାୟତରେ ୧୬ ପଥପାର୍ଶ୍ବ ବୃକ୍ଷ ରୋପଣ କରିବା ପାଇଁ ଧାର୍ଯ୍ୟ କରାଯାଇଥିବା ର ଘୋଷଣା କରିବା ସହ ଏହି କାର୍ଯ୍ୟକ୍ରମ କୁ ଅଧିକ ବ୍ଯାପକ କରାଯିବ ବୋଲି ସେ ମତ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମାହାଙ୍ଗା ବ୍ଲକ ର ବିଡିଓ ନିହାର ରଞ୍ଜନ ମଲ୍ଲିକ, ସିଡିପିଓ ପ୍ରମୋଦିନୀ ଦାସ, ଜଳ ଛାୟା ମିସନ୍ ର ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ବିଶ୍ଵାଳ, ଉପାଧ୍ୟକ୍ଷା ରସିଦା ବେଗମ୍, ପୂର୍ବତନ ଅଧ୍ୟକ୍ଷ ରାଜକିଶୋର ଜେନା, ଭିକାରୀ ଚରଣ ସ୍ଵାଇଁ, ଜିଲ୍ଲା ପରିଷଦ ପ୍ରତିନିଧି ଦୀପକ ରଞ୍ଜନ ଦାସ, ହୃଷୀକେଶ ସ୍ୱାଇଁ, ପ୍ରମୂଖ ଯୋଗ ଦେଇଥିଲେ। ମଧୁପୁର ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ସନ୍ଧ୍ୟାରାଣୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।।

Leave a comment

Your email address will not be published. Required fields are marked *