#Uncategorized

ପଣସୁଧା ଦୁଇ ପୋଲିସ ଜିପ୍ ପୋଡି ଘଟଣାର ମୂଖ୍ୟ ଅଭିଯୁକ୍ତ ମିଟୁ ଗିରଫ ଦାବିରେ ବଡଚଣା ବିଜେପି ର ଥାନା ଘେରାଉ


ବାଲିଚନ୍ଦ୍ରପୁର(ଉଲାପ୍ର) ବଡଚଣା ବ୍ଲକ ବିଜେପି ସଂଗଠନ ପକ୍ଷରୁ ପଣସୁଧା ପୋଲିସ ଜିପ୍ ପୋଡି ଘଟଣାର ମୂଖ୍ୟ ଅଭିଯୁକ୍ତ ମିଟୁ ଓରଫ୍ ବସନ୍ତରାଜ ସାମଲ ଗିରଫଦାରୀ ଦାବି ନେଇ ଏକ ଶୋଭାଯାତ୍ରା, ସଭା ଓ ବାଲିଚନ୍ଦ୍ରପୁର ଥାନା ଘେରାଉ ର ଆୟୋଜନ କରାଯାଇଥିଲା। ଏଥି ନିମନ୍ତେ ପାଞ୍ଚ ଶହ ରୂ ଅଧୀକ କର୍ମୀ ଙ୍କୁ ନେଇ ଏକ ଶୋଭାଯାତ୍ରା ବାହାରି ବାଲିଚନ୍ଦ୍ରପୁର ଥାନା ନିକଟରେ

ପହଞ୍ଚି ଦାବି ପତ୍ର ପ୍ରଦାନ କରାଯାଇଥିଲା। ଏହି ଉପଲକ୍ଷେ ଆୟୋଜିତ ସଭାରେ ଯୋଗଦେଇ ଜାଜପୁର ଜିଲ୍ଲା ସଭାପତି ଗୌତମ ରାୟ, ରାଜ୍ୟ ସମ୍ପାଦକ ଅମର ନାୟକ, ବଡଚଣା ବ୍ଲକ ପ୍ରଭାରୀ ପ୍ରଦୀପ୍ତ ଦାସ ମଣ୍ଡଳ ପ୍ରଦିପ ସାମଲ ପ୍ରମୁଖ ସମ୍ପ୍ରତି ବଡଚଣା ର ଅସୁରକ୍ଷିତ ଆଇନ୍ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ମତାମତ ପ୍ରଦାନ କରିବା ସହ ପୋଲିସ ଜିପ୍ ପୋଡି ଘଟଣା ର ମୂଖ୍ୟ ଅଭିଯୁକ୍ତ ଙ୍କୁ ଗିରଫ ନ କରି ପାରିବା ବାଲିଚନ୍ଦ୍ରପୁର ପୋଲିସ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ମତ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅମିୟ କୁମାର ସାହାଣି,

ନିରଞ୍ଜନ ମହାନ୍ତି, ନିରଞ୍ଜନ ମହାରଣା, ଅଶୋକ ବିଶ୍ବାଳ, ଦିଲ୍ଲିପ କୁମାର ରାଉତ ପ୍ରମୁଖ ଯେଉଁ ପୋଲିସ ନିଜକୁ ସୁରକ୍ଷା ଦେବାରେ ଅସମର୍ଥ ସେ କିଭଳି ସାଧାରଣ ଲୋକଙ୍କ ସ୍ବାର୍ଥ ସୁରକ୍ଷା ରେ ସହାୟକ ହୋଇ ପାରିବ ବୋଲି ପ୍ରଶ୍ନ କରିଥିଲେ।

Leave a comment

Your email address will not be published. Required fields are marked *