#Uncategorized

ପକ୍ଷୀମାନଙ୍କ ପାଇଁ ଖାଦ୍ୟ ଓ ପାଣିର ବ୍ୟବସ୍ଥା କଲା ଟିମ ହ୍ୟୁମାନିଟି


ଫୁଲବାଣୀ_(ସୁନୀଲ ପଟନାୟକ) ଏବେ ପ୍ରଚଣ୍ଡ ଖରା। ପାଣିପାଇଁ ସହରରୁ ଗାଁଯାଏ ସବୁ ଲୋକେ ପାଣି ମୁନ୍ଦି ଏ ପାଇଁ ସଂଘର୍ଷ କରୁଛନ୍ତି ।। ଏପରି ସ୍ଥଳେ ଆକାଶରେ ଉଡ୍ର ଥିବା ନିରିହ ପକ୍ଷୀମାନଙ୍କ କଥା ପଚାରେ କିଏ?
ଚାରିଆଡେ ନଦୀ ,ନାଳ,ଚୁଆ ଆଦି ଶୁଖିଲା ପଡିଯାଇଥିବାରୁ ପକ୍ଷୀମାନେ ଖାଦ୍ୟ ଆଉ ପାଣି ଅଭାବରୁ ମୃତ୍ୟୁମୁଖରେ ପଡୁଥିବା ଦେଖୁ ସେମାନଙ୍କୁ ବଞ୍ଚାଇବା ପାଇଁ ଫୁଲ ବାଣୀରଟିମ ହ୍ୟୁମାନଟି ଆଗେଇ ଆସିଛି ।
ଟିମ ହନୁମାନିଟି କେବଳ ଯେ ବିପଦରେ ପଡିଥିବା ଲୋକଙ୍କୁ କେବଳ ସହାୟତା ଯୋଗାଇଦେଉନି ପଶୁ ପକ୍ଷୀଙ୍କ ଜୀବନରକ୍ଷ କରିବା ପାଇଁ ଏକ ପାଦ ଆଗକୁ ସହାୟତାର ହାତ ବଜାଇ ମାନବିକତାର ପରିଚୟ ସୃଷ୍ଟି କରିଛି ।
ଟିମ ହନୁମାନିଟି ପକ୍ଷରୁ ସହରରେ ଥିବା ଗଛଗୁଡିକରେ ପକ୍ଷୀ ବାସ କରୁଥିବା ସ୍ଥାନ ଚିହ୍ନଟ କରାଯାଇ ଟିଣ ଡବାଗୁଡିକୁ କାଟି ସେଥିରେ ପକ୍ଷୀମାନଙ୍କ ପାଇଁ ଗଛ ଉପରେ ଖାଦ୍ୟ ଓ ପାଣିର ବ୍ୟବସ୍ଥା କର। ଯାଇଛି । ଫଳରେ ପକ୍ଷୀମାନେ ବେଶ ଆରାମରେ ଖାଦ୍ୟ ଖାଇବା ସହ ପାଣି ପିଇ ପାରିବେ ଫଳରେ ସେମାନଙ୍କ ଜୀବନରକ୍ଷ। ହୋଇପାରିବ ବୋଲି କହିଛନ୍ତି ଟି ମ ହ୍ୟୁମାନିଟିର ସଦସ୍ୟମାନେ।
ଟିମ ହ୍ୟୁମାନିଟିର ଏତାଦୃଶ୍ୟ କାର୍ଯ୍ୟକୁ ବେଶ ପ୍ରସଂଶା କରିଛନ୍ତି ପକ୍ଷୀ ପ୍ରେମୀ ଓ ସ୍ଥାନୀୟ ଲୋକେ ।
ଏଥି ପୂର୍ବରୁ ଟିମ ହ୍ୟୁମାନିଟି ର ସଦସ୍ୟମାନେ ସ୍ୱେଚ୍ଛାକୃତ ରକ୍ତଦାନ ଶିବୀର, ରାସ୍ତା ଦୁର୍ଘ ଟଣା ରେ ଆହତମାନଙ୍କୁ ଉଦ୍ଧାର କରିବା, ଶବଦାହ କରିବା, କରୋନା ସଚେତନତା କରିବା, ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ଦେବା. ଟ୍ରାଫିକ ନିୟମ ସଂପର୍କରେ ସଚେତନ କରିବା,
ବନ୍ୟା ବାତ୍ୟ । ଓ ଘରପୋଡି ସମୟରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା,ସ୍ନେକ ହେଲପଲାଇନ ମାଧ୍ୟମରେ ସର୍ପ ଉଦ୍ଧାର ଆଦି ବହୁ କାର୍ଯ୍ୟ କରି ଲୋକଙ୍କ ପ୍ରଶସାଂ ସାଉଁଟିଥିବାବେଳେ ଏବେ ପକ୍ଷୀମାନଙ୍କୁ ମଧ୍ଯସହାୟତା ଦେବା ଲାଗି ଆଗେଇ ଆସିବା ନିଶ୍ଚିତ ଖୁସିର ବିଷୟ।

Leave a comment

Your email address will not be published. Required fields are marked *