#Breaking News

ପ୍ରଧାନଶିକ୍ଷକ ଙ୍କ ନିଆରା ଶିକ୍ଷା ଦାନ, ଛାତ୍ର ଛାତ୍ରୀ ଓ ଅବିଭାବକ ଖୁସ


ଫୁଲବାଣୀ (ସୁନୀଲ ପଟ୍ଟନାୟକ)
ଜଣେ ପ୍ରାଥମିକ ଶିକ୍ଷକଙ୍କ ନିଆରା ଶିକ୍ଷାଦାନ ର ଅଭିନବ ପ୍ରୟାସ। ଘରେ ଘରେ ମୋ କଳାପଟା ଅଭିଯାନ କରି ପ୍ରାଥମିକ ଶିକ୍ଷାକୁ ଛାତ୍ରଛାତ୍ରୀଙ୍କ ନିକଟରେ ପହଂଚଇବାକୁ ଶିକ୍ଷକଜଣଙ୍କ ଅଭିନବ ପ୍ରୟାସ କରୁଛନ୍ତି ।
ସମଗ୍ର ଦେଶ ଓ ରାଜ୍ୟ ସମେତ କନ୍ଧମାଳ ଜିଲା ମଧ୍ୟ କରୋନାର ତୃତୀୟ ଲହର ରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ସରକାର କରୋନାସଂକ୍ରମଣ ଯୋଗୁଁ ଆରମ୍ଭରୁ ହିଁ ସମଗ୍ର ଜିଲାରେ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକ ସଂପୂର୍ଣ୍ଣଭାବେ ବନ୍ଦ ରଖି ଛନ୍ତି । । ଶିକ୍ଷକଙ୍କ ଏହି ନିଆରା ଅଭିଯାନ ପିଲାଙ୍କ ଶିକ୍ଷା ରେ ଉନ୍ନତି ଆଣିଛି l ଏଭଳି କାର୍ଯ୍ୟ କରିଦେଖାଇଛନ୍ତି ଫିରିଙ୍ଗିଆ ବ୍ଲକ ର କରଣ୍ଡ।ଗଡ ଊଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସିମାଞ୍ଚଳମୁଖୀ l

ବର୍ଷ ବର୍ଷ ଧରି ବିଦ୍ୟାଳୟ ବନ୍ଦଥିବା ଯୋଗୁଁ ପ୍ରାଥମିକ ଶିକ୍ଷା ସଂପୂର୍ଣର୍ଭାବେ ଭୂଷିଡ଼ି ପଡ଼ିଥିବା ବେଳେ ଗ୍ରାମାଂଚଳ ମାନଙ୍କରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣଭାବେ ଠପ୍ ହୋଇଯା ଇ ଛି । ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ଅନ୍‌ଲାଇନ୍ ଓ ଅଫ୍ ଲାଇନ୍ ମାଧ୍ୟମରେ ଶିକ୍ଷାଦାନ ଜାରି ରହିଥିଲେ ମଧ୍ୟ ଏହି ଅନଲାଇନ୍ ଶିକ୍ଷା ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ଜିଲାର୮0ପ୍ରତିଶତ ଦୁର୍ଗମ ଅଞ୍ଚଳରେ ଥିବା ଗ୍ରାମ ରେ ପହଂଚିପାରିନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ଘରକୁ ଘର ଯାଇ ଗାଁରେ ଶିକ୍ଷକ ଓ ଶିକ୍ଷୟତ୍ରୀ ଶିକ୍ଷାଦାନ ଜାରି ରଖିଥିବା ବେଳେ କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ଆଦର୍ଶଗ୍ରାମ କରଣ୍ଡାଗଡ଼ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୀମାଂଚଳ ମୁଖୀ ତାଙ୍କର ନିଜସ୍ୱ ପ୍ରଚେଷ୍ଟାରେ ଘରେ ଘରେ ମୋ କଳାପଟା ନାମରେ ନୂତନ କୌଶଳ ପ୍ରୟୋଗ କରିଥିବାର ଦେଖିବାକୁ ମିଳିଛି । ନିଜ ପ୍ରଚେଷ୍ଟାରେ ମୋ ଘର କଳାପଟା କାର୍ଯ୍ୟକ୍ରମ ଜରିଆରେ ମିଶନ ଏକ-ଦୁଇ-ତିନିକୁ ପୁରଣ କରିବାକୁ ସମସ୍ତ ପ୍ରକାର ଉଦ୍ୟମ କରିଥିବା ବେଳେ ଉକ୍ତ ଆଦର୍ଶ ଗ୍ରାମର ଛାତ୍ରଛାତ୍ରୀ ମାନେ ଯେଉଁମାନେ ପ୍ରାଥମିକ ଶିକ୍ଷାଗ୍ରହଣ କରୁଛନ୍ତି ସେହି ଛାତ୍ରଛାତ୍ରୀ ମାନଙ୍କର ପ୍ରତ୍ୟେକ ଘର କାନ୍ଥରେ ତିଆରି ହୋଇଛି କଳାପଟା । ଉକ୍ତ କଳାପଟାରେ ଅକ୍ଷର , ସଂଖ୍ୟା , ଶଦ୍ଦ ଇତ୍ୟାଦି ଲେଖାଯାଇଛି । ଆଖ ପାଖ ଗ୍ରାମର ସମସ୍ତ ଗାଁ ମାନଙ୍କ ର ସମସ୍ତ ଘର ମାନଙ୍କ ରେ ମୋ ଘର କଳା ପଟା କରିବାକୁ ଆଶା ରଖିଛନ୍ତି
ପ୍ରଧାନ ଶିକ୍ଷକସିମାଞ୍ଚଳ ମୁଖି l

ପ୍ରଧାନ ଶିକ୍ଷକ ଙ୍କ ମୋ ଘର କଳାପଟା ରେ ପାଠପଢ଼ୀ ପିଲାମାନଙ୍କୁ ବହୁତ ଆନନ୍ଦ ଦେବା ସହିତ ନିଜ ଘର କାନ୍ଥରେ ଥିବା କଳାପଟାରେ ନିଜକୁ ବ୍ୟସ୍ତ ରଖୁଥିବାର ଦେଖାଯାଇଛି । ଗତ ଦିନରେ ପାଢପଢାକୁ ବନ୍ଦ ରଖି ଯେଉଁ ଛାତ୍ରଛାତ୍ରୀ ମାନେ ବୁଲାବୁଲି କରୁଥିଲେ ସେହିମାନେ ଏବେ ପ୍ରତ୍ୟେକ ଦିନ ଘର ଆଗରେ ଥିବା କଳାପଟାରେ ବସି ଶିକ୍ଷା ଗ୍ରହଣ କରୁଥିବା ବେଳେ ଏଥିରେ ପରିବାରର ସଦସ୍ୟମାନେ ମଧ୍ୟ ନିଜ ପିଲା ପାଠ ପଡୁଥିବାରୁ ବେଶ୍ ଖୁସି ଅଛନ୍ତି । ଶିକ୍ଷକଙ୍କର ଏଭଳି ଅଭିନବ ଉପାୟକୁ ବେସ୍ ସ୍ୱାଗତ କରାଯିବା ସହ ନିଜ ନିଜ ପିଲାମାନଙ୍କୁ ମଧ୍ୟ ଶିକ୍ଷା ଗ୍ରହଣରେ ବେସ୍ ସହାୟକ ହେଉଥିବାରୁ ପ୍ରଧାନ ଶିକ୍ଷକଙ୍କ ଏଭଳି ଉଦ୍ୟମକୁ ସାଧୁବାଦ
ଜଣାଇଛନ୍ତି ଅଭିଭାବକ ।
ଏଭଳି ଅଭିନବ ଉପାୟ ଯୋଗୁଁପିଲାମାନେ ଘରେ ପାଠ ପଢ଼ିପାରିବା ସହ ଗ୍ରାମର ଘରେ ଘରେ ଶିକ୍ଷଣ ପରିବେଶ ସୃଷ୍ଟି ହୋଇଥିବାର ଦେଖାଯାଇଛି ।

Leave a comment

Your email address will not be published. Required fields are marked *