#Breaking News

ସହର ମଧ୍ୟରେ ସାହାରା ଇଣ୍ଡିଆ ଅଫିସ ତଳେ ବିଦେଶୀ ମଦ ଦୋକାନ,ସାହି ବାସିନ୍ଦାଙ୍କ ତୀବ୍ର ବିରୋଧ

ଆଠଗଡ଼(ଉଲାପ୍ର)(ଆଠଗଡ଼ ପୋୖରାଞ୍ଚଳ ୧୮ ନମ୍ବର ୱାର୍ଡ ଅଶୋକ ନଗରରେ ଖୋଲିଥିବା ଵିଦେଶୀ ମଦ ଦୋକାନକୁ ହଟାଇବା ପାଇଁ ବାସିନ୍ଦା ମାନେ ଦାବି କରିଛନ୍ତି।ଏହି ୱାର୍ଡରେ ଥିବା ମଦ ଦୋକାନ ଅନତିଦୂରରେ ନର୍ସିଂହୋମ, ଡିଏମ ସ୍କୁଲ,ଅଗ୍ନିନିର୍ବାପକ କେନ୍ଦ୍ର,ସାଇ ମନ୍ଦିର ଓ ଦୁର୍ଗା ମନ୍ଦିର ଆଦି ବହୁ ଅନୁଷ୍ଠାନ ରହିଛି।ଏକାଧିକ ଟିଉସନ ଓ କୋଚିଂ କେନ୍ଦ୍ର ରହିଛି।ଏହି ମଦ ଦୋକାନ ରୁ ମଦ କ୍ରୟକରି ଅସାମାଜିକ ଯୁବକ ମାନେ ପରସ୍ପର ମଧ୍ୟରେ ଅଶ୍ଲୀଳ ଭାଷାରେ କଥା ହେବା ସମୟରେ ଏହିବାଟ ଦେଇ ଯାଉଥିବା ମହିଳା, ଛାତ୍ର ଛାତ୍ରୀ ତଥା ବରିଷ୍ଠ ନାଗରିକ ମାନେ ଅଶ୍ଵସ୍ତି ଅନୁଭବ କରୁଛନ୍ତି।ଏତଦବ୍ୟତୀତ ଅସାମାଜିକ ଯୁବକ ମାନେ ଏଠାରେ ମଦପିଇ ଛୋଟ ଛୋଟ ଚୋରି ଓ ମାଡପିଟ ଘଟଣାରେ ସଂଶ୍ଲିଷ୍ଟ ରହୁଛନ୍ତି।ତେଣୁ ସେମାନେ ମଦଦୋକାନ କୁ ଏଠାରୁ ସ୍ଥାନାନ୍ତର କରିବା ଦାବିରେ ଆଜି ଆଠଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟ କୁ ଆସି ଉପଜିଲ୍ଲାପାଳ ଙ୍କ ଅନୁପସ୍ଥିତ ରେ ସହକାରୀ ଉପଜିଲ୍ଲାପାଳ ପ୍ରଜ୍ଞାପାରମିତା ପୃଷ୍ଟି ଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଥିଲେ।ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେଵାକୁ ଉଚ୍ଚକତ୍ତୃପକ୍ଷ ଙ୍କ ନିକଟକୁ ଦାବି ପତ୍ର କୁ ପଠାଇଦେଵେ ବୋଲି ସହକାରୀ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ।

Leave a comment

Your email address will not be published. Required fields are marked *