#Breaking News

ତୁମୁଡ଼ିବନ୍ଧ ବ୍ଲକ ରେ ଚାରି ବର୍ଷରେ ଆଠ ବିଡିଓଙ୍କ ବଦଳି, ଉନ୍ନୟନ କାର୍ଯ୍ୟ ଠପ


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜ଼ିଲ୍ଲା ତୁମୁଡିବନ୍ଧ ବ୍ଲକ ରେ ଚାରି ବର୍ଷ ରେ ଆଠ ବି ଡି ଓ ଙ୍କ ବଦଳି ହେଲାଣି l
ଫଳରେ ଉନ୍ନୟନ କାର୍ଯ୍ୟ ଠପ ହୋଇଯାଇଛି ଏହି ବ୍ଲକ ରେ l ଜଣେ ବି ଡି ଓ ବର୍ଷେ ବି ସମୟ ରହି ପାରୁନାହାନ୍ତି l
ବି ଡି ଓ ଙ୍କ ଦକ୍ଷତା ର ଅଭାବ ଜୋଂଗୁଁ ସରକାର ବଦଳି କରିଛନ୍ତି ନା ରାଜନେତା ମାନଙ୍କ କଥା ବିଡ଼ିଓ ଶୁଣୁନଥିବା ଜୋଂଗୁଁ ବଦଳି ହେଉଛି ଜଣାପଡ଼ୁନି lତେବେ ଚାରି ବର୍ଷ ରେ ଆଠ ବିଡ଼ିଓ ଙ୍କ ବଦଳି ନିଶ୍ଚିତ ଆଶ୍ଚର୍ଯ୍ୟ ଜନକ l
ସୂଚନା ଯୋଗ୍ୟ ଯେ, ଗତ2017ରୁ 2021ମଧ୍ୟ ରେ ଏହି ବଦଳି ହୋଇଛି l
ବର୍ତ୍ତମାନ ଅବସ୍ଥାପିତ ଥିବା ବିଡ଼ିଓ ରୀନା ପ୍ରଧାନ ଙ୍କୁ ଆଠ ମାସ ମଧ୍ୟରେ ବଦଳି ହୋଇଛି l
ଏଥିପୂର୍ବରୁ ବିଡିଓ ଭାବ ରେ ମଧୁସୂଦନ ବେହେରା । ୧୭/୦୭/୧୬ରୁ୦ ୭/୧୦/୧୬ ବସନ୍ତ କୁମାର ସେଠୀ ୦୭/୧୧/୧୬.ନରେଶ ଚନ୍ଦ୍ର ଶବର ୦୪,/୦୯/୧୮ରୁ ୦୫/୦୯/୨୦୧୮ ସୋମ୍ୟରଂଜନ ସାହୁ୦୫//୦୯/୨୦୧୮ ରୁ ୧୩ /୧୦/୧୮ ଯାଏ ମାସଟିଏ ଥିବା ବେଳେ. ରାଜେନ୍ଦ୍ର ପଣ୍ଡା ୧୩ /୧୦/୨୦୧୮ର ୧୨/୧୧/୨୦୧୮, ଶୁଭଦତେୟ ବାହିନୀପତି ୧୨/୧୧/୨୦୧୮ରୁ ୧୫/୧୧/୨୦୧୮ଜୟଦେବ ଦାସ ୧୫/୧୧/୨୦୧୮ରୁ ୦୫/-୦୧/୨୦୨୦ ଯାଏ,ଅଗସ୍ତି ପ୍ରଧାନ ୦୬/୦୧/୨୦୨୦ରୁ ୧୫/୧୧/୨୦୨୦ ଓ ରୀନା ପ୍ରଧାନ ୦୫/୦୨/୨୦୨୧ରୁ୦୮/୧୧/୨୧ ଯାଏ ଥିଲେ ।
ବର୍ତ୍ତମାନତହସିଲଦାର ଏମଅନୁରାଧା ବିଡିଓ ଭାବେ ଅତିରିକ୍ତ ଦାୟୀତ୍ଵରେ ରହି ବୋ
ବର୍ତମାନ ସରକାର ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କଲେଣି ଆଉ ତୁମୁଡ଼ିବନ୍ଧ ବ୍ଲକ ଏକମାଓ ଅଧ୍ୟୁଷିତ ତଥା ଉପାନ୍ତ ଓ ଅତି ସମ୍ବେଦନଶୀଳବ୍ଳକ ଭାବେ ପରିଚିତ। ଏପରି ସ୍ଥଳେ ଇନଚାର୍ଜ ବିଡିଓ କିପରି ଦାୟୀତ୍ଵ ତୁଲାଇବେ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି । ସରକାର ନୂତନ ସ୍ଥାୟୀ ବିଡିଓ ନିଯୁକ୍ତି ଦେବା ଲାଗି ସାଧାରଣରେ ଦାବୀ ହେଉଛି ।

Leave a comment

Your email address will not be published. Required fields are marked *