#Breaking News #Uncategorized

କନ୍ଧମାଳ ଜିଲ୍ଲାରେ ୧୬ନୁତନ ପଜିଟିଭ ଚିହ୍ନଟ,ମୋଟ ସଂକ୍ରମିତ ଙ୍କ ସଂଖ୍ୟା ଛୟାନବେ ରେ ପହଂଚିଲା


ଫୁଲବାଣୀ-( ସୁନୀଲ ପଟନାୟକ) ରବିବାର କନ୍ଧମାଳ ଜିଲ୍ଲାରେ ପୁଣି ୧୬ନୂତନ କରୋନା ପଜିଟିଭ ଚିହ୍ନଟ ହୋଇ ଛନ୍ତି । ଆଜି ର ୧୬ ପଜିଟିଭ କୁ ମିଶାଇଜ଼ିଲା ରେ ମୋଟ ପଜିଟିଭ ସଂଖ୍ୟା ୯୬ରେ ପହଞ୍ଚିଛି । ସେହିପରି ଫୁଲବାଣୀ ସହର ସମେତ ଜିଲ୍ଲାରେ ମାଇକ୍ରୋ କଣ୍ଟେନମେଣ୍ଟ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ପ୍ରଶାସନ ଓ ପୋଲିସ ସହ ର ର ବିଭିନ୍ନ ଛକ ସ୍ଥାନ ଓ ବଜାରରେ ବୁଲିବୁଲି
ମାସ୍କ ଓ ସାମାଜିକ ଦୂରତା ଚେକିଙ୍ଗ ରିତିମତ କରୁ ଛନ୍ତି ନିୟମ ଖିଲାପ କାରୀ ଙ୍କ ବିରୁଦ୍ଧରେ ଦୃଢ କାଯ୍ୟlନୁଷ୍ଠାନ ଗ୍ରହଣ କରୁଛି ପ୍ରଶାସନ ।
ତଥାପି କରୋନା ସଂକ୍ରମିତ ଙ୍କ ସଂଖ୍ଯା ଦିନକୁ ଦିନ ବୃଦ୍ଧିପାଉଛି । ଫଳରେ ପ୍ରଶାସନ ଚିନ୍ତାରେ ରହିଛି । ଜିଲ୍ଲାରେ କରୋନା ସଂକ୍ରମିତ ସଂଖ୍ୟାଯେପରି ନିୟନ୍ତ୍ରଣରେ ରହିବ ସେଥିପ୍ରତି ପ୍ରଶ। ସନ ସତର୍କ ଦୃଷ୍ଟି ରଖିଛି ।
ଆଜି ଜିଲ୍ଲାରେ ୧୬ ଜଣଙ୍କ ମଧ୍ୟରେ ଜଣେ କୋଭିଡ଼ ଯୋଦ୍ଧା ଥିବା ଜଣା ପଡିଛି ।
. ଫୁଲବାଣୀ ସହରରେ ଆଜି ୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨ ଜଣ ପିଅନପଡ଼ା ଅଞ୍ଚଳର ହୋଇଥିବାବେଳେ ୨ଜଣ ଫୁଲ ବାଣୀ ସ।ହି ଅଞ୍ଚଳର ।
ସେହି ପରି ବାଲିଗୁଡ଼ା ଅଞ୍ଚଳରୁ ଚିହ୍ନଟ ୫ ଜଣ ଙ୍କ ମଧ୍ୟରୁ ୩ ଜଣ ସିଆରପିଏଫ ଜବାନ ଚିହ୍ନଟ ହୋଇ ଥିବା ବେଳେ ଜଣେ ନୂଆ ସାହୀ ଓ କଣ୍ଟ୍ରୋଲ ସାହୀ ର ବୋଲି ଜଣାପଡିଛି।
ସେହିପରି ଦାରିଙ୍ଗବାଡି ବ୍ଳକର କିଲାକି ଆ.ଗୁମ। ମାହା, ରୁ ଜଣେ,ସିକ ପଟ ବାଡି ୨ ଜଣ, ବାଡି ପଦରର ଜଣେ, ପଜିଟିଭ ଚିହ୍ନଟ ହୋଇଛନ୍ତି । ଚକା ପାଦ ବ୍ଲକର ଜଣେ , ଜି.ଉଦୟଗିରୀର ବିଦ୍ୟୁତ ବିଭାଗ ଛକ ରେ ଜଣେ କରେ ନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇ ନିୟମିତ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଉଛି ।

Leave a comment

Your email address will not be published. Required fields are marked *