#Exclusive

ସୂର୍ଯ୍ୟଙ୍କର ଚୁମ୍ବକୀୟ ଶକ୍ତି କମୁଛି ।ଅନ୍ୟ ଗ୍ରହରୁ ଆସୁଛି ବିକିରଣ ।ବରଫରେ ପରିଣତ ହେବ ପୃଥିବୀ

ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଭାବେ ପରିଚିତ ଆମେରିକା । ୟୁରୋପ, ଋଷ ଇତ୍ୟାଦି ଦେଶ ମଧ୍ୟ ବିକଶିତ ଅଟନ୍ତି । ଏହି ଦେଶଗୁଡ଼ିକୁ ବିଶ୍ୱର ଶକ୍ତିକେନ୍ଦ୍ର କୁହାଯାଏ । ହେଲେ କୋରୋନା ଭାଇରସ୍ ଏମାନଙ୍କୁ ଗୋଟିଏ ପ୍ରକାର ବର୍ବାଦ କରିଦେଇଛି । ଆଉ ଏବେ ବୋଝ ଉପରେ ନଳିତା ବିଡ଼ା ପରି ପୁଣି ଏକ ବିପଦ ଏମାନଙ୍କ ପାଖକୁ ମାଡ଼ି ଆସୁଛି । ମନେହେଉଛି, ସତେଯେମିତି ଏହି ଦେଶଗୁଡ଼ିକ ଉପରେ ପ୍ରକୃତି ମାତା ଆଦୌ ସନ୍ତୁଷ୍ଠ ନୁହଁନ୍ତି । ଏହି ବିପଦ କୋରୋନା ଠାରୁ ମଧ୍ୟ ଆହୁରି ଭୟଙ୍କର ! ହେଲେ ଆଶ୍ୱସ୍ତିକର ବିଷୟ ଏହା ଯେ, ଏହି ନୂଆ ବିପଦର ପ୍ରଭାବ ଭାରତ ଉପରେ ବହୁତ କମ୍ ପଡ଼ିବ । ବଦଳୁଛି ପ୍ରକୃତିର ସନ୍ତୁଳନ । ମହାକାଶରେ ହୋଇପାରେ ମହାତାଣ୍ଡବ । କୋରୋନା ଯୋଗୁ ଗଦା ହୋଇ ଚାଲିଛି ହଜାର ହଜାର ମୃତଦେହ । ଆଉ ଏହାର ପ୍ରଭାବ ମଧ୍ୟ ବେଶ୍ ଭୟଙ୍କର ହେବାକୁ ଯାଉଛି ! ଆସନ୍ତୁ ଜାଣିବା, କ’ଣ ପଡ଼ିବାରେ ଏହାର ପ୍ରଭାବ ? ମହାକାଶ ଉପରେ ଗବେଷଣା କରୁଥିବା ବୈଜ୍ଞାନିକଙ୍କ ସୂଚନା ଅନୁଯାଇ, ଏବେ ସୂର୍ଯ୍ୟ ଏକ ବିଶେଷ ପ୍ରକ୍ରିୟା ଦେଇ ଗତି କରୁଛି । ଯାହାକୁ ସୋଲାର ମିନିମମ୍ କୁହାଯାଏ । ଏହି ପ୍ରକ୍ରିୟା ଦ୍ୱାରା ସୂର୍ଯ୍ୟଙ୍କ ଉପରେ ସୃଷ୍ଟି ହେଉଥିବା ସନ୍ ସ୍ପଟ୍ ଧିରେ ଧିରେ ବନ୍ଦ ହେବାରେ ଲାଗିଛି ।  ତେଣୁ ସୂର୍ଯ୍ୟଙ୍କ ଚୁମ୍ବକୀୟ କ୍ଷେତ୍ର ମଧ୍ୟ ଦୁର୍ବଳ ହେଉଛି । ଏହି କାରଣରୁ ସୋଲାର ସିଷ୍ଟମରେ ଅତିରିକ୍ତ ମହାଜାଗତିକ ବା ବ୍ରହ୍ମାଣ୍ଡ କିରଣର ପ୍ରବେଶ ହେଉଛି । ଗତ ୫ ମାସ ହେବ ସୂର୍ଯ୍ୟଙ୍କଠାରେ କୌଣସି ନୂଆ ସନ୍ ସ୍ପଟ୍ ଦେଖିବାକୁ ମିଳିନାହିଁ । ଏହି ସଂଖ୍ୟା ସୂର୍ଯ୍ୟକିରଣରେ ୭୬%କୁ  ଖସି ଆସିଛି । ୨୦୧୯ ମସିହାରେ ଏହା ୭୭% ଥିଲା । ସନ୍ ସ୍ପଟ ହିଁ କେବଳ ସୂର୍ଯ୍ୟକୁ ଗରମ ରଖେ । ଏହାର ଅଭାବ ହେତୁ ସୂର୍ଯ୍ୟ ଥଣ୍ଡା ହୋଇଯାଉଛି । ଯେଉଁଥିପାଇଁ ବିଶ୍ୱବାସୀଙ୍କୁ ପ୍ରବଳ ଥଣ୍ଡାର ସାମ୍ନା କରିବାକୁ ପଡ଼ିବ ।ସୋଲାର ମିନିମମ୍ ବା ସୂର୍ଯ୍ୟଙ୍କର ତାପଶକ୍ତି କମ୍ ହେବା ଦ୍ୱାରା ଅନେକ ବିକଶିତ ଦେଶ ଅଧିକ ଅସୁରକ୍ଷିତ ହୋଇପଡ଼ିବ । କହିବାକୁ ଗଲେ କୋରୋନା ପରେ ଆଉ ଏକ ଭୟଙ୍କର ବିପଦକୁ ସାମ୍ନା କରିବେ । କାରଣ ୟୁରୋପ୍, ଆମେରିକା, ଋଷ, ଚୀନ୍ ଭଳି ଅନେକ ଦେଶ ଅଛି ଯେଉଁଠାରେ ଥଣ୍ଡା ଅଧିକ ପଡ଼ିଥାଏ । ଯଦି ଅତ୍ୟଧିକ ଥଣ୍ଡା ପଡ଼େ, ତେବେ ଏହି ଦେଶଗୁଡ଼ିକ ଫ୍ରିଜରରେ ପରିଣତ ହେବା ଗୋଟିଏ ପ୍ରକାର ନିଶ୍ଚିତ । ଆଉ ସେହି ଦେଶଗୁଡ଼ିକରେ କୃଷି ଉତ୍ପାଦନ ଖୁବ କମ୍ ରହିବ । କିନ୍ତୁ ଭାରତରେ କୃଷି କ୍ଷେତ୍ର ଉପରେ ସେମିତି କିଛି ସଙ୍କଟ ଦେଖାଦେବ ନାହିଁ ।ସୋଲାର ମିନିମମ୍ କେବଳ ଥଣ୍ଡା ଆଣି ନ ଥାଏ ବରଂ ଅନେକ ପ୍ରକାରର ପ୍ରଳୟ ସୃଷ୍ଟିର କାରଣ ମଧ୍ୟ ବନିଥାଏ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଭଳି ସ୍ଥିତିରେ ସୂର୍ଯ୍ୟର ଚୁମ୍ବକୀୟ କ୍ଷେତ୍ର ଦୁର୍ବଳ ହୋଇଯାଏ । ଯେଉଁ କାରଣରୁ ସୌର ମଣ୍ଡଳର ଅନ୍ୟାନ୍ୟ ଅଂଶରୁ କିରଣ ସୋଲାର ସିଷ୍ଟମକୁ ଆସିବା ଆରମ୍ଭ କରେ । ଏହି କାରଣରୁ ଭୂଗର୍ଭରେ ପରିବର୍ତ୍ତନ ଆରମ୍ଭ ହୁଏ । ଅନେକ ସ୍ଥାନରେ ଭୟଙ୍କର ଭାବେ ଲାଭା ଉଦ୍ଗିରଣ ହୋଇଥାଏ । ତେଣୁ ନିଜକୁ ବିକଶିତ କହୁଥିବା ଏହି ଦେଶଗୁଡ଼ିକ ଯେ ଆଗକୁ ଆହୁରି ବଡ଼ ବିପଦର ସାମ୍ନା କରିବାକୁ ଯାଉଛନ୍ତି, ଏହି ଆଶଙ୍କାକୁ ଏଡ଼ାଇ ହେବନାହିଁ । 

Leave a comment

Your email address will not be published. Required fields are marked *