#Breaking News #District

ଫୁଲବାଣୀ ରେ 77 ତମ ଜିଲ୍ଲା ସ୍ତରୀୟ ସ୍ୱଧୀନତା ଦିବସ ପାଳିତ


ଫୁଲବାଣୀ-(ସୁନୀଲ ପଟ୍ଟନାୟକ)
ମଙ୍ଗଳବାର ମହାସମାରୋହରେ ସାରା ଦେଶ ପାଳୁଛି 77 ତମ ସ୍ଵାଧୀନତା ଦିବସ l ସେହିପରି କଡା ସୁରକ୍ଷା ମଧ୍ୟରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ପୁଲିସ ରିଜର୍ଭ ପଡ଼ିଆ ଠାରେ ଜିଲାସ୍ତରୀୟ ସ୍ବାଧିନତା ଦିବସ ପାଳିତ ହୋଇଥିଲା l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅନୁସୁଚୀ ଜାତି ଓ ଜନ ଜାତି ଉନ୍ନୟନ ସଂଖ୍ୟାଲଘୁ ପଛୁଆ ବର୍ଗ କଲ୍ୟାଣଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଜାତୀୟ ପତାକା ଉତ୍ତୋଳନକରିବା ସହ ସମ୍ମିଳିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ l ଏହି ଅବସରରେ ଗତ ୭୭ବର୍ଷ ତଳେ ଆମର ପୁର୍ବଜ ମାନେ ନିଜ ଜୀବନ କୁ ବଳିଦାନ ଦେଈ ଦେଶରୁ ଇଂରେଜ ମାନଂକ କବଳ ରୁ ଦେଶ ସ୍ଵାଧୀନକରିଥିଲେ l ବଳିଦାନଦେଇଥିବା ସେହି ମହାନ୍ ପୁରୁଷ ମାନଂକ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହ କଷ୍ଟ ଲବ୍ଧ ସ୍ବାଧିନତା କୁ ବଜାୟ ରଖିବାପାଇଁ ପରାମର୍ଶ ଦେଇଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ କନ୍ଧମାଳ ଜିଲାପାଳ ଆଶିଷ୍ ଇଶ୍ୱର ପାଟିଲ ଓ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅବସରରେ ୨୮ଟି ସ୍କୁଲ୍ ର ଛାତ୍ରଛାତ୍ରୀ ପ୍ୟାରେଡ ରେ ଅଂଶ ଗ୍ରହଣ କରିଥିଲେ l ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିବା ବିଭିନ୍ନ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l

Leave a comment

Your email address will not be published. Required fields are marked *