#Breaking News #Uncategorized

କରେ।ନା ମହାମାରି ସମୟରେ ସହାୟତାର ହାତ ବଢାଇଲା କନ୍ଧମାଳ କଳାବିକାଶ କେନ୍ଦ୍ର


ଫୁଲ ବାଣୀ- (ସୁନୀଲ ପଟନାୟକ)
ବିଶ୍ଵ ମହାମାରୀ କରୋନାର କରାଳ ଛlୟରେ ସମସ୍ତେ ପ୍ରଭାବିତ ହୋଇଥିବା ବେଳେ ଦୀର୍ଘ ତେଢ଼ ବର୍ଷ ହେବ ଲକ୍ ଡାଉନ୍ ସଟ ଡାଉନ୍ ରେ ସମସ୍ତଙ୍କ ଜୀବନ ଜୀବିକା ବିପନ୍ନ ହୋଇପଡିଛି। ଏହାରି ଭିତରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି କଳାକାର l
ମୁଁହ ରେ ରଙ୍ଗ ମାରି ମ6ନ।ରଞ୍ଜନ ର ଖୋରାକ ଯୋଗାଇ ବା ସହିତ ସମାଜକୁ ଦିଗ ଦର୍ଶନ ଓ ସଚେତନତା ର ବାର୍ତ୍ତା ଦେଉଥିବା କଳାକାର ଏବେ ଦୁର୍ବିସହ ଜୀବନ ଯାପନ କରୁଛନ୍ତି । କଳାକାରମାନଙ୍କ ଘରେ ଚୁଲି ଜଳୁନି l ସ୍ୱାଭିମାନ କଳାକାରମାନଙ୍କ କଳା ପରିବେଷଣ ଓ ସାଧନା ବ୍ୟତୀତ ଅନ୍ୟ ରୋଜଗାର ପନ୍ଥା ନାହିଁ ।
ଏଭଳି ପରିସ୍ଥିତି କନ୍ଧମାଳ କଳାବିକାଶ କେନ୍ଦ୍ର କଳାକାର ଙ୍କୁ ସହାୟତ ।ର ହାତ ବଢାଇଛି । ଶୁକ୍ରବାର ବାଲିଗୁଡ଼ା ସ୍ଥିତ ଗାୟତ୍ରୀ ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ସମ୍ପାଦକ ତଥା ଯୁବ ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନା ଆୟୋଜିତ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର ସମ୍ମାନିତ ଅତିଥି ଭାବେ ତହସିଲଦା ର ଶଶାଙ୍କ ଶେଖର ପାତ୍ର ଓ ବରିଷ୍ଠ ମଞ୍ଚ କଳାକାର ଡକ୍ଟର ବିଚିତ୍ରl ନନ୍ଦ ଆଚାର୍ଯ୍ୟ ପ୍ର ମୁଖ ଯୋଗଦେଇ କୋରନା ସଂପର୍କରେ ସଚେତନତା ସୃଷ୍ଟି କରିବା ସହ କଳାକାର ମାନଙ୍କ ସମସ୍ୟା ନେଇ ଆଲୋଚନା କରିଥିଲେ l ସଂଘ ପକ୍ଷରୁ ଶହେରୁ ଉର୍ଦ୍ଧ୍ବ ପାରମ୍ପରିକ ଓ ମଞ୍ଚ କଳାକାର ଙ୍କ ପରିବାରକୁ ରାସନ୍ ସାମଗ୍ରୀ ବଣ୍ଟନ କରାଯାଇ ଥିଲା l ରାସନ ମଧ୍ୟରେ ଚାଉଳ ଡାଲି, ତେଲ। ସାବୁନ ବିସକୁଟ,ସାନିଟାଇଜର ଆଦି ଅନେକ ସାମଗ୍ରୀ ରହିଥିଲା।
ଜିଲ୍ଲା ରେ ପ୍ରଥମ ଥର ପାଇଁ କଳାକାରମାନଙ୍କ ପ୍ରତି ସହାୟତାର ହାତ ବଢ଼ାଉଥିବାକନ୍ଧମାଳ କଳାବିକାଶ କେନ୍ଦ୍ର ର ଏହି ଅଭିନବ ପ୍ରୟାସ କୁବାଲିଗୁଡ଼ାବିଧାୟଚକ୍ରମଣିକହଁର,ତହସିଲଦାର ଶାସାଙ୍କ ଶେଖର ପାତ୍ର ଉଚ୍ଚ ପ୍ରଶଂସା କରିଥିଲେ l
ଆଗାମୀ ଦିନରେ ବାଲିଗୁଡ଼ା ସହର ସମେତ କ ନୂଆଗାଁ ତୁମୁଡ଼ିବନ୍ଧ, କୋଟଗଡ଼ ,ଦାରିଙ୍ଗବାଡି ଆଦି ବ୍ଲକ ଅଞ୍ଚଳ ରେ ଥିବା ଛୋଟ ବଡ଼ ସମସ୍ତକଳାକାର ମାନଙ୍କୁ ସହାୟତ ।ପ୍ରଦାନ କରାଯିବ ବୋଲି ସମ୍ପାଦକ ପ୍ରମୋଦ କୁମାର ଦଣ୍ଡସେନା ପ୍ରକାଶ କରିଛନ୍ତି l
ସେହି ପରି ଏହି ଅନୁଷ୍ଠାନ ର ଅନୁରୋଧକୁ ରକ୍ଷାକରି ଆର୍ଥିକ ସହାୟତା ପ୍ରଦାନ କରିଥିବା ସମସ୍ତ ବଦାନ୍ୟ ବ୍ୟକ୍ତି ଓ ଅନୁଷ୍ଠାନ ଙ୍କୁ କନ୍ଧମାଳ କଳାବିକାଶ କେନ୍ଦ୍ର ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ଓ ଆଗାମୀ ଦିନରେ ମଧ୍ୟ ସମସ୍ତଙ୍କ ଆନ୍ତରୀକ

ସହଯୋଗ କାମନା କରାଯାଇଥିଲା।

Leave a comment

Your email address will not be published. Required fields are marked *