#Breaking News

କନ୍ଧମାଳ- ବୌଦ୍ଧ ସିମାନ୍ତରେ କମ୍ବି ବେଳେ ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ୨ଜବାନ ଆହତ ପରେ କମ୍ବି ଅପରେଶନ ଯୋରଦାର, ବହୁ ମା ଓ ସାମଗ୍ରୀ ଜବତ


ଫୁଲବାଣୀ-(ସୁନୀଲ ପଟନାୟକ) କନ୍ଧମାଳ ବୌଦ୍ଧ- ସୀମାନ୍ତ ଗୋଛାପଡ଼ାଥାନା ଅନ୍ତର୍ଗତ ଉମା ଜଙ୍ଗଲରୁସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀମାନେ ୨ଟିଦେଶୀ ବନ୍ଧୁକ ସହ ବହୁ ମାଓ ସାମଗ୍ରୀ ଜବତ କରିଥିବା କଥାକନ୍ଧମାଳ ଏସପି ବିନିତ ଅଗ୍ରୱାଲ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଜବତ ମାଓ ସାମଗ୍ରୀ ମଧ୍ୟରେ ୨ଟି ଦେଶୀ ବନ୍ଧୁକ, ମା ଓ ପୋଷ।କ, ଛତା । ଜୋତ ।। ବେଟେରୀ । ତାର ମେଡ଼ିସିନ୍ ରେଡିଓ ଆଦି ଜବତ କରିଥିବା କନ୍ଧମାଳ ଏସପି ଅଗ୍ରଓ । ଲ କହିଛନ୍ତି।
ତେବେ ଦୀର୍ଘ ୮ଘଣ୍ଟାଧରି ଚାଲିଥିବାଗୁଳି ବିନିମୟରେ ରକ୍ତମୁଖ । ଲାଲ ବାହିନୀର ଗୁଳିରେ ୨ଜବାନ ଗୁରୁତର ହୋଇଥିଲେ।ଏହାପରେ କନ୍ଧମାଳ ଜିଲ୍ଲାରେ ଥିବା ମାଓ ଗତିବିଧି ଅଞ୍ଚଳଗୁଡିକ ଉପରେ ପୋଲିସ ସତର୍କ ଦୃଷ୍ଟି ରଖିବା ସହ ଅପରେସନ କ୍ଲିନ ଉପରେ ଗୁରୁତ୍ଵ ଦିଆଯାଉଥିବା କଥା କନ୍ଧମାଳ ଏସପି ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ।
କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ, ବାଲିଗୁଡ଼ା, କ ନୂଆ ଗାଁ ।,ଫିରିଙ୍ଗିଆ,ଗୋଛାପଡା ଓ ଫୁଲବାଣୀ ସଦ ର ,କୋଟଗଡ, ଦାରିଙ୍ଗବାଡି, ରାଇକିଆ ଆଦି ଥାନା ଅଞ୍ଚଳରେ ମାଓବାଦୀଙ୍କ ଚଳପ୍ରଚଳ ରହିଛି । ବିଭିନ୍ନ ସମୟରେ ସୁରକ୍ଷାକର୍ମୀମାନେ ନିୟମିତ କମ୍ବି ଅପରେସନକରି ଅନେକ ମାଓ କ୍ୟାମ୍ପ ଧୂସ୍ତ କରିବା ସହ ବହୁ ମାଓ ସାମଗ୍ରୀ ଜବତ କରିଛନ୍ତି। ତଥାପି ମଧ୍ୟ ମାଓ ବାଦୀ ବିଭିନ୍ନ ଜଙ୍ଗଲରେ କ୍ୟାମ୍ପ କରି ରହିଛନ୍ତି । କମ୍ବି ବେଳେ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ଖସି ପଳାଉଛନ୍ତି।
ବାଇଟ-ବିନିତ ଅଗ୍ରୱାଲ
ଏସପି କନ୍ଧମାଳ

Leave a comment

Your email address will not be published. Required fields are marked *