#Breaking News

ତିନି ବର୍ଷ ହେଲା ନିର୍ମାଣ କଲେ ହେଲେ ଆବ ଣ୍ଟନ ହେବ କେବେ ?


ଫୁଲବାଣୀ(ଉଲାପ୍ର) ବର୍ଷେ କି ଦୁଇ ବର୍ଷ ନୁହେଁ ଗଲା ୩/୪ ବର୍ଷ ହେଲାଣି ପ୍ରାୟ ୧୦ ଲକ୍ଷ ଟଙ୍କା ବାୟରେ ନିର୍ମାଣ କଲେ ଦୋକାନ ଗୃହମାନ। ହେଲେ କଣ ହେଲା କେଜାଣି ତଲା ପକାଇ ରଖାଯାଇଛି ଆବଣ୍ଟନ ହେଉନି । ଫଳରେ ରାଜସ୍ଵ କ୍ଷତି ହେଉଛି । ଏପଟେ ଘର ନଷ୍ଟ ହେବା ଆଶଙ୍କା ସୃଷ୍ଟି ହେଲାଣି। ଶୁଣିବାକୁ ମିଳୁଛି କଣ୍ଟ୍ରାକ୍ଟର କୁ ଆଡେ ଘର ହସ୍ତାନ୍ତର କରି ନ।ହଁ। ନ୍ତି ବୋଲି।ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଳକ ତଲାରି ମାହା ପଞ୍ଚାୟତ ରୁ।
ଉଦ୍ଦେଶ୍ୟ ଥିଲା ପଞ୍ଚାୟତର ଉତ୍ପାଦିତ କୃଷିଜାତ ଦ୍ରବ୍ୟ ଓ ଅନ୍ୟାନ୍ୟ ଉତ୍ପାଦିତ ଦ୍ରବ୍ୟ ବିକ୍ରି କରିବା ଲାଗି ଚାଷୀମାନଙ୍କୁ ଦେବା ଲାଗି । ଚାଷୀ ଜିନିଷ ଏଠାରେ ରଖି ବିକ୍ରି କରିବ। ହେଲେ ବର୍ଷବର୍ଷ ଧରି ତାଲା ପଡିବା ଫଳରେ ଉଦ୍ଦେଶ୍ୟ ସାଧିତ ହେଉନି ।
ଚାଷୀମାନେ ଏନେଇ ସରପଞ୍ଚ ଓ ବିଡିଓଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି ।
ତୁରନ୍ତ ବ୍ଳକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟିଦେଇ ଦୋକାନଘର ଗୁଡିକ ଉପଯୁକ୍ତ ଲୋକଙ୍କୁ ଆବଣ୍ଟନ କରିବାଲାଗି ପଞ୍ଚାୟତ ବାସି ଦାବୀ କରିଛନ୍ତି ।

Leave a comment

Your email address will not be published. Required fields are marked *