#Breaking News #Crime #District

କୋଟି କୋଟି ଟଙ୍କା ଋଣ ଜାଲିଆତି କରିବା ଅଭିଯୋଗ ରେ ଷ୍ଟେଟବ୍ୟାଙ୍କ ଫିଲଡ ଅଫିସର ଆଶୁତୋଷ ଆଚାର୍ଯ୍ୟ ଗିରଫ


ଫୁଲବାଣୀ(ସୁନୀଲ ପଟନାୟକ )
ଜାଲ କାଗଜ ପତ୍ର ଜରିଆରେ କୋଟି କୋଟି ଟଙ୍କା ନିଜ ସମ୍ପର୍କୀୟ ଙ୍କ ନାଁ ରେ ଋଣ ପ୍ରଦାନ କରି ଆତ୍ମସାର୍ଥ କରିଥିବା ଅଭି ଯୋଗ ରେ ଫୁଲବାଣୀ ଷ୍ଟେଟ ବ୍ୟାଙ୍କ ର ଫିଲଡ ଅଫିସର ଆଶୁତୋଷ ଆଚାର୍ଯ୍ୟ ଙ୍କୁ କ୍ରାଇମ ବ୍ରାଞ୍ଚ ଇ ଓ ଡବ୍ଲୁ ଗିରଫ କରି ପଚରା ଉଚରା କରୁଥିବା ଏକ ସୂତ୍ରରୁ ଜଣା ପଡ଼ିଛି l ଆସନ୍ତା କାଲି କ୍ରାଇମ ବ୍ରାଞ୍ଚ ସ୍ଥାନୀୟ ଏସ ଡି ଯେ ଏମ କୋର୍ଟ ରେ ତଥ୍ୟ ପ୍ରମାଣ ସହ ଦାଖଲ କରିବ ବୋଲି ଜଣାପଡିଛି lଏହି ବଡ଼ ଧରଣ ର ଘୋଟାଲା ରେ ଫୁଲବାଣୀ ଷ୍ଟେଟ ବ୍ୟାଙ୍କ ର ତତ୍କାଳୀନ ଫିଲଡଅଫିସର ଥିବା ଆଶୁତୋଷ ଆଚାର୍ଯ୍ୟ ଙ୍କ କୁଆଡେ ପ୍ରଛନ ହାତ ଥିବା ଅଭିଯୋଗ ହୋଇଥିଲା l ଚାକିରୀ ନ କରିବା ଲୋକ ଙ୍କୁ ଜାଲ କାଗଜ ପତ୍ର କରି ଚାକିରୀ କରୁଥିବା ଦର୍ଶାଇ ୫ ୯ ଜଣ ଙ୍କୁ କୋଟି କୋଟି ଋଣ ପ୍ରଦାନ କରିଥିଲେ ଆଶୁତୋଷ lସେହିପରି ସରକାରୀ ପେନସନ ଧାରୀ ହୋଇନଥିବା ୨ ୬ ଜଣଙ୍କୁ ଜାଲ କାଗଜ ପତ୍ର ମାଧ୍ୟମ ରେ ଋଣ ଦିଆଯାଇଛି l ଏହିପରି ମୋଟ ୮ ୭ ଜଣ ଙ୍କୁ ୮ କୋଟି ରୁ ଉର୍ଦ୍ଧ ଟଙ୍କା ଋଣ ପ୍ରଦାନକରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଆଶୁତୋଷ ବୋଲି ତଦନ୍ତକାରି ଅଧିକାରୀ ଜାଣିବାକୁ ପାଇଥିଲେ l ଫୁଲବାଣୀ ଯୋଗାଣବିଭl ଗ ର ସପ୍ଲାଇ ଇନ୍ସପେକ୍ଟର ସମରେଶ ଦାଶ ଙ୍କୁ ବିଭାଗୀୟ ଅଧିକାରୀ ଦର୍ଶାଇ ତାଙ୍କ ଏକାଉଣ୍ଟ କୁ ୧ କୋଟି ଛୟାଳୀଶ ଲକ୍ଷ ତିରିଶ ହଜାର ପ୍ରଦାନ କରାଯାଇଥିଲା l ସେହିପରି ଫିଲଡ ଅଫିସର ଆଶୁତୋଷ ଙ୍କ ଭଉଣୀ ଙ୍କ ନାମରେ ୧ କୋଟି ୮ ଲକ୍ଷ ୩ ୨ ହଜାର, ମା ଙ୍କ ନାମରେ ଏଗାର ଲକ୍ଷ, ଆଶୁତୋଷ ଙ୍କ ମୃତ ଶଶୁର ଙ୍କ ନାମରେ ୧ କୋଟି ୬ ଲକ୍ଷ ଟଙ୍କା ଋଣ, ଦିଆଯାଇଥିବାବେଳେ ସମ୍ପର୍କୀୟ ଙ୍କ ନାମରେ ୧ ୮ ଲକ୍ଷ ପଚାଶ ହଜାର ଋଣ ପ୍ରଦାନ କରା ଯାଇଥିବା ଜଣା ପଡ଼ିଛି l
ଋଣ ନେଇଥିବା ୮୫ ଜଣ ଋଣ ପରିଶୋଧ ନକରିବା ଫଳରେ ବ୍ୟାଙ୍କ ନୋଟିସ ଦେଇଥିଲା lନୋଟିସ ଗ୍ରହଣ ନ କରିବାରୁ ଏନ ପି ଏ ଘୋଷଣା କରି ବ୍ୟାଙ୍କ ର ଏନପିଏ ଟିମ ଯାଞ୍ଚ କରିବାପରେ ଏହି ଋଣ ଜାଲିଆତି ଘଟଣା ଜଣାପଡିଥିଲା lଏ ନେଇ ବ୍ୟାଙ୍କ ଆର ଏମ ପ୍ରଶାନ୍ତ ବେହେରା ଇ ଓ ଡବ୍ଲୁ ରେ ଅଭିଯୋଗ କରିଥିଲେ l ଆଉ ଇ ଓଡବ୍ଲୁ ଅଧିକାରୀ ତଦନ୍ତ କରି ବୁଧବାର ଆଶୁତୋଷ ଆଚାର୍ଯ୍ୟଂକୁ ଗିରଫ କରି ଜେରା କରୁଥିବା ଜଣାପଡିଛି l

Leave a comment

Your email address will not be published. Required fields are marked *