#Breaking News #District

ଜଙ୍ଗଲ ବୃଦ୍ଧି ପାଇଁ ତୁମୁଡିବନ୍ଧ ରେଞ୍ଜ ଅଫିସର ଙ୍କ ଉଦ୍ୟମ


ଫୁଲବାଣୀ( ଉଲ୍ଲାପ୍ର )
ଜଙ୍ଗଲ ସୁରକ୍ଷା, ଜୀବନ ରକ୍ଷା, ଉପରେ ଗୁରୁତ୍ୱ ଦେଈ ସରକାର ଜଙ୍ଗଲ କ୍ଷୟ ରୋକିବା ସହ ନୂତନ ଜଙ୍ଗଲ ସୃଷ୍ଟି ଉପରେ ଗୁରୁତ୍ୱ ଦେଉଛନ୍ତି l ଆଉ ବନ ବିଭାଗ କର୍ମଚାରୀମାନେ ମଧ୍ୟ ନିଜ ଦାଇତ୍ୱ ଓ କର୍ତବ୍ୟପ୍ରତି ସଚେତନ ରହି ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରିଥାନ୍ତି l
.ବନ ବିଭାଗ ବିଭିନ୍ନ ସ୍ଥାନରେ ଲକ୍ଷଲକ୍ଷ ଚାରା ଉତ୍ପାଦନ କରି ସେଗୁଡିକୁ ଯଥା ସମୟରେ ରୋପଣ କରି ନୂତନ ଜଙ୍ଗଲ ସୃଷ୍ଟି କରିବାଲାଗି ପ୍ରୟାସ କରିଥାନ୍ତି l ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି ବାଲିଗୁଡା ଜଙ୍ଗଲ ବିଭାଗ ଡିଭିଜନ ଅନ୍ତର୍ଗତ ମାଓ ଇଲାକା ଭାବେ ପରିଚିତ ତୁମୁଡିବନ୍ଧ ଜଙ୍ଗଲ ବିଭାଗ ରେଞ୍ଜ ଅଂଚଳରେ l
ଏଠାରେ ଅବସ୍ଥାପିତ ରେଞ୍ଜ ଅଫିସର ଲଳିତ ନାୟକ ଏଠାରେ ଦାଇତ୍ୱ ଗ୍ରହଣ କରିବା ପରଠାରୁ
ତାଙ୍କର ଉଦ୍ୟମ, ନିଷ୍ଠା, ଆନ୍ତରିକତା, ଦକ୍ଷତା, ଆଗ୍ରହ ଓ ସଚୋଟତା ଯୋଗୁଁ ଅଂଚଳ ର ଅନେକ ସ୍ଥାନରେ ପିଆଶାଳ, ଶାଗୁଆନ, ଗମ୍ଭାରୀ, ସମେତ, ପଣସ , ଆମ୍ବ, ଆଦି ବିଭିନ୍ନ ରକମ ର ଲକ୍ଷଲକ୍ଷ ଚାରା ମାନ ନର୍ସରୀ ରୁ ଉତ୍ପାଦନ କରି ପତିତ ଜଙ୍ଗଲ, ରାସ୍ତାକଡ଼, ଓ ସରକାରୀ ଜମି ରେ ବୃକ୍ଷରୋପଣ କରିବା ସହ ଏହାର ସୁରକ୍ଷା କରିଆସୁଛନ୍ତି l
ଯାହାକି ବେଶ ପ୍ରସଂଶନୀୟ lକେବଳ ସେତିକି ନୁହେଁ ଜଙ୍ଗଲ ସୁରକ୍ଷା, ଜଙ୍ଗଲ ରେ ଯେପରି ନିଆଁ ନ ଲାଗିବ ସେ ନେଇ ମଧ୍ୟ ରା଼ଲ୍ଲୀ, ବୈଠକ, ଓ ପଥ ପ୍ରାଂତନାଟକ ମାଧ୍ୟମରେ ସଚେତନ ସୃଷ୍ଟିକରିବା ଫଳରେ ଜଙ୍ଗଲ ସୁରକ୍ଷା ହୋଇପାରିଥିବାଦେଖିବାକୁ ମିଳିଛି l
ସେହିପରି ବନ୍ୟ ଜନ୍ତୁ ସୁରକ୍ଷାକୁ ମଧ୍ୟ ରେଞ୍ଜ ଅଫିସର ନାୟକ ଅଗ୍ରାଧିକାର ଦେବାସହ ପେଟ୍ରୋଲିଙ୍ଗ କୁ କଡାକଡି କରିବା ସହ କାଠମାଫିଆ ଓ ବେଆଇନ ଶିକାରୀ ଙ୍କୁ ଦୃଢ଼ ହସ୍ତରେ ଦମନ କରିଛନ୍ତି lଗାଁ ଗାଁ ରେ ଜଙ୍ଗଲ ସୁରକ୍ଷା ଉପରେ ପଥ ପ୍ରାନ୍ତ ନାଟକ ଓ ସଭା ମାନ ଆୟୋଜନ କରି ଲୋକଙ୍କୁ ସଚେତନ କରିଆସୁଛନ୍ତି l
ଫଲରେପରିବେଶ ବିତ, ସ୍ଥାନୀୟ ସ୍ବେଛାସେବୀ, ଜନସାଧାରଣ ରେଞ୍ଜର ବାବୁଙ୍କୁ ବେଶ ପ୍ରଶଂସା କରୁଥିବା ଦେଖାଯାଇଛି l
ଡ଼ିଏଫଓ ବିଶ୍ୱ ରାଜମିଶ୍ର ଙ୍କ ପରାମର୍ଶ, କ୍ରମେ ସମସ୍ତକାର୍ଯ୍ୟ ସୁଚାରୁରୂପେ କରୁଥିବା ରୁ ପୂର୍ବାପେକ୍ଷା ତୁମୁଡିବନ୍ଧ ଅଂଚଳ ଜଙ୍ଗଲ ଧୀରେଧୀରେ ବୃଦ୍ଧି ପାଉଥିବା କୁହା ଯାଉଛି l
କେବଳ ଏହି ଗୋଟିଏ ରେଞ୍ଜ ନୁହେଁ ବାଲିଗୁଡା ଡିଭିଜନ ଅନ୍ତର୍ଗତ ବ୍ରାହ୍ମଣୀଗାଁ , କୋଟଗଡ଼, କ. ନୂଆଗାଁ, ସୀମନବାଡୀ, ବେଲଘର, ବାଲିଗୁଡା ଆଦି ସମସ୍ତ ରେଞ୍ଜ ରେ ରେଞ୍ଜ ଅଧିକାରିଓ ବନ କର୍ମଚାରୀମାନଙ୍କ ନିଷ୍ଠା ଓ ଆନ୍ତରିକତା ଯୋଗୁଁ ଜଙ୍ଗଲ ସୁରକ୍ଷା ସଂଭଵ ହୋଇପାରିଛି l

Leave a comment

Your email address will not be published. Required fields are marked *