#Breaking News

ବୁଡ୍ରୁ କିଆ ଏଏନଏମ ଦିଦି ଆଉ ନାହଁ।ନ୍ତି କରୋନା ସହ ଲଢି ଶେଷରେ ହାରି ଗଲେ କରୋନାଯୋଦ୍ଧା


ଫୁଲ ବାଣୀ-( ସୁନୀଲ ପଟ୍ଟନାୟକ) କନ୍ଧମାଳ ଜିଲ୍ଲା ବୁଡ୍ରୁ କିଆ ଏ ଏନଏମ ଦିଦି ଆଉ ନାହାନ୍ତି ।
କରୋ ନା ସହଲଢି ଶେଷରେ ହାରିଗଲ କରୋନାଯୋଦ୍ଧା । କରୋନାଯୋଦ୍ଧା ଜଣଙ୍କ ହେଉଛନ୍ତି କନ୍ଧମାଳ ଜିଲ୍ଲାର ବାରଖମାସି ଏଚସି ଅଧୀନରେ ଥିବା ବୁ ଡୁରୁ କିଆ ସବସେଣ୍ଟରରେ କାର୍ଯ୍ୟରତ ଏ ଏନଏମ ଦିଦି ସରୋଜା ଓଝା।
ସରୋଜାଙ୍କ ଶୁକ୍ରବାର ରାତିରେ ଫୁଲ ବାଣୀସ୍ଥିତ କୋଭିଡ ହସ୍ପିଟାଲରେ ପରଲୋକ ହୋଇଛି।
ଗତ ୨୭.୫.୨୧ରେ ସରୋଜା କରେ । ନାରେ ସଂକ୍ରମିତ ହୋଇ ଗୁରୁତର ହୋଇଯିବ । ଫଳରେ ତାଙ୍କୁ ଫୁଲବାଣୀ କୋ ଭିଡ଼ ଡାକ୍ତରଖାନାରେ ଭର୍ତ୍ତୀକର ।ଯାଇଥିଲା।ନିଶ୍ଵାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ହେଲେ ଦୀର୍ଘ ୨୫ ଦିନ କାଳ ଭେଣ୍ଟିଲେଟରରେ ରହିବା ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହେଇଯାଇଛି ।
ତାଙ୍କର ପରଲୋକରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାରାଜଶ୍ରୀ ପଟନାୟକଙ୍କ ସମେତ ସ୍ଵାସ୍ଥ୍ୟ ବିଭାଗ କର୍ମଚାରୀ, ଏଏନଏମ ସଂଘ, ଜିଲା ପ୍ରଶାସନ, ବାରଖମା ସି ଏଚ୍ ସି ର ଡାକ୍ତରଙ୍କ ସମେତ ସହକର୍ମୀ ପୁଷ୍ପାଞ୍ଜଳୀଡିଗାଲ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ଦିନେ ସେ କରୋନା ସଂପର୍କରେ ଲୋକଙ୍କୁ ସଚେତନ କରିବା ସହ ଘର ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରୁଥିଲେ।
ହେଲେ କିଏ ଜାଣିଥିଲା ସେ ନିଷ୍ଠୁର କରୋନା ତାଙ୍କର ଜୀବନ ନେଇ ଯିବ ବୋଲି।
ସରୋଜା ଜଣେ ସଚେ।ଟ, କର୍ତ୍ତବ୍ୟପରାୟଣ ପରୋପକାରୀ ମହିଳା ସ୍ଵାସ୍ଥ୍ୟକର୍ମୀ ଥିଲେ।
ସେ ସର୍ବଦା ନିଷ୍ଠା ଓ ଆନ୍ତରିକତାର ସହ ତାଙ୍କ ଦାୟୀତ୍ଵ ତୁଲାଇ ଆସୁଥିଲେ ଓ ସମସ୍ତଙ୍କ ଅତ୍ୟନ୍ତ ପ୍ରିୟଭାଜନ ଥିଲେ ବୋଲି ସହକର୍ମୀ ପୁଷ୍ପାଞ୍ଜଳୀ ଡିଗଲ କହିଛନ୍ତି ।
ଆଜି ଫୁଲ ବାଣୀଠାରେ ସେହି ମହାନ କରେ। ନାଯୋଦ୍ଧାଙ୍କୁ ଶେଷ ସମ୍ମାନ ଜଣାଇବା ପରେ କୋଭିଡ଼ ଗାଇଡଲାଇନ ଅନୁଯାୟୀ ଶେଷକୃତ୍ୟ ସଂପନ୍ନ ହେବ ବୋଲି ଜଣା ପଡିଛି।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *