#Breaking News

ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରୁ ୪୧ୟୁନିଟ୍ ରକ୍ତ_ ସଂଗୃହୀତ

ବରଗଡ଼(ଉଲାପ୍ର)
ବୁର୍ଲା ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ ଥିବାରୁ ବରଗଡ଼ ସୟାଁ, ଗୁଡେଶିରା ଠାରେ ଥିବା ଲଷ୍ମୀ ସେଲ୍ସ ଏଣ୍ଡ ସର୍ଭିସ ପ୍ରାଇଭେଟ ଲିମିଟେଡ ଓ ନିଷ୍ଠା ପରିବାର ର ମଳିତ ଉଦ୍ୟମ ରେ ଏକ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ଲଷ୍ମୀ ସେଲ୍ସ ଏଣ୍ଡ ସର୍ଭିସ ପ୍ରାଇଭେଟ ଲିମିଟେଡ
ର ମାଲିକ ରବୀନ୍ଦ୍ର କୁମାର ଅଗ୍ରୱାଲ, ତାଙ୍କ ଭାଇ ରଥିନ୍ଦ୍ର କୁମାର ଅଗ୍ରୱାଲ, ଫିତା କାଟି ଉଦ୍ଘାଟନ କରିଥିଲେ। ଏହି ଶିବିର ରେ ସର୍ବମୋଟ୍ ୪୧ୟୁନିଟ ରକ୍ତ ବୁର୍ଲା ରକ୍ତ ଭଣ୍ଡାର ଦ୍ୱାରା ସଂଗୃହୀତ ହୋଇଥିଲା। ଏଥିରେ ଅନେକ ମହିଳା ମଧ୍ୟ ସ୍ୱେଚ୍ଛାକୃତ ଭାବେ ଆସି ରକ୍ତଦାନ କରିଥିଲେ। ଏହି ମହତ୍ କାର୍ଯ୍ୟ ରେ ଗୁଲସନ ପଣ୍ଡା, ସୁଭାଶିସ ମହାପାତ୍ର, ନିରଞ୍ଜନ ମେହେର, ବିନୟ ଭୂଷଣ ମିଶ୍ର, ଯୁଗଳ ଷଢ଼ଙ୍ଗୀ ନିଷ୍ଠା ପରିବାର ର ସଭାପତି ରକ୍ଷପାଲ ସାହୁ, ସମ୍ପାଦକ ଅଶ୍ୱିନୀ ତ୍ରିପାଠୀ, କୋଷାଧ୍ୟକ୍ଷ ଶ୍ୟାମ ସାହୁ, ଜୟନ୍ତ ପ୍ରଧାନ, ତ୍ରିପୁରା ସୁହୁଲା ପ୍ରମୁଖ ଯୋଗଦେଇ ରକ୍ତ ଦାନ ଶିବିର କୁ ସଫଳ କରିଥିଲେ। ରକ୍ତ ଦାନ ଶିବିର ଆୟୋଜନ ପାଇଁ ନିଷ୍ଠା ପରିବାର ତରଫ ରୁ ଲକ୍ଷ୍ମୀ ସେଲ୍ସ ଆଣ୍ଡ ପ୍ରାଇଭେଟ୍ ଲିମିଟେଡ କୁ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

Leave a comment

Your email address will not be published. Required fields are marked *