#Breaking News

ଆହାର କେନ୍ଦ୍ର ବୁଲି ଦେଖିଲେ ପୋୖରାଧ୍ୟାକ୍ଷା


ଫୁଲବାଣୀ (ସୁନୀଲ ପଟନାୟକ )
ଫୁଲବାଣୀ ମୁନିସିପାଲିଟି ପୌରାଧ୍ୟକ୍ଷାସ୍ମିତା ରାଣୀ ମହାନ୍ତି ଶୁକ୍ରବାର ଅଚାନକ ସହର ର ବସ ଷ୍ଟାଣ୍ଡ ରେ ଥିବା ଆହାର କେନ୍ଦ୍ର ରେ ପହଂଚି ସେଠାରେଲୋକଙ୍କୁ ଦିଆ ଦିଆଯାଉଥିବା ଖାଦ୍ୟ ର ମାନ ଯାଞ୍ଚ କରିବା ସହ ସେଠାକାର ପରିବେଶ ଓ ପରିଛନତା ଆଦି ବୁଲିଦେଖିଥିଲେ lସବୁ କିଛି ଠିକ ଠାକ ଥିବା ଦେଖି ଖୁସି ବ୍ୟକ୍ତ କରିଥିଲେ l
ଏହାପରେ ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତି ବସ ଷ୍ଟାଣ୍ଡ ର ଅବସ୍ଥା ଓ ସେଠାରେ ଥିବା ଟଏ ଲେଟ, ପାନୀୟଜଳ, ଆଲୋକ ଵ୍ୟଵସ୍ଥା ସମ୍ପର୍କରେ ଏସୋସିଏ ସନ ର କର୍ମକର୍ତା ଓ ଯାତ୍ରୀ ମାନଙ୍କ ସହ ସୁବିଧା ଅସୁବିଧା ନେଇ ଆଲୋଚନା କରିଥିଲେ l
ଫୁଲବାଣୀ ସହର ର ସୌନ୍ଦର୍ଯ୍ୟ ବୃଦ୍ଧି ସହ ପରିଷ୍କାର ପରିଛନ ଯେପରି ରହିବ ସେଥିପ୍ରତି ଦ୍ରୁଷ୍ଟି ଦେବେ ବୋଲିକହିଥିଲେ l
ସହର କୁ ଏକ ସ୍ମାର୍ଟ ସହର ରୂପେ ପରିଗଣିତ କରିବା ତାଙ୍କ ର ଲକ୍ଷ ବୋଲି କହିଛନ୍ତି ପୌରାଧ୍ୟକ୍ଷl ସ୍ମିତା ମହାନ୍ତି l
ଅନ୍ୟମାନଙ୍କ ମଧ୍ୟରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଦେବ ବେହେରା ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ l ପୌରାଧ୍ୟକ୍ଷlଙ୍କ ଏଭଳି କାର୍ଯ୍ୟ କୁ ସ୍ଥାନୀୟ ଜନ ସାଧାରଣ ଓ ବୁଦ୍ଧିଜୀବି ଭୁୟସୀ ପ୍ରଶଂସା କରିଛନ୍ତି l

Leave a comment

Your email address will not be published. Required fields are marked *