#Uncategorized

ଅବ୍ୟବସ୍ଥା ଘେରରେ ବାଲିଗୁଡାର ସ୍ମଶାନ :ବାଇକ ଆଲୁଅରେ ଶବଦାହ କରାଯାଉଛି


ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଏନ ଏ ସି ରେ ଥିବା ସ୍ମଶାନ ଅବ୍ୟବସ୍ଥା ମଧ୍ୟରେ ରହିଛି l ବାଲିଗୁଡାର ସର୍ବ ପୁରାତନ ସାହି ନୁଆସାହି ର ୱାର୍ଡ ନମ୍ବର 5 ଓ 6 ରେ ବସବାସ କରୁଥିବା ଲୋକେ ଦୀର୍ଘ ପଚାଶବର୍ଷରୁ ଉର୍ଦ୍ଧହେବ ଜରାଶ୍ରମ ନିକଟରେ ଥିବା ସ୍ମଶାନ ଉପରେ ନିର୍ଭରଶିଳ, କିନ୍ତୁ ଆଦ୍ୟାବଧି ସ୍ମଶାନର ଉନ୍ନତି କରଣ କରାଯାଇନାହିଁ କିମ୍ବା ମଶାଣି ଜମି ଚିହ୍ନଟ କରାଯାଇନାହିଁ l ଖରା ବର୍ଷା ଶୀତ ଦିନେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ସେଠାରେ ଆଲୁଅ ଶବଗୃହ କିମ୍ବା ପାଣି ବ୍ୟବସ୍ଥା ଆଦୌନାହିଁ l ଜମି ଚିହ୍ନଟ ହୋଇନଥିବାରୁ ଏହାର ସୁଯୋଗରେ କିଛି ଲୋକ ଜମିକୁ ବେଆଇନ

ଦଖଲ କରିଥିବା ଦେଖିବାକୁ ମିଳିଛି l କ୍ରମଶଃ ସ୍ମଶାନ ଜମି ହ୍ରାସ ପାଉଛି କିନ୍ତୁ ଏନ ଏ ସି କର୍ତୃପକ୍ଷ କିମ୍ବା ରାଜସ୍ୱ ବିଭାଗ କୌଣସି ପଦକ୍ଷେପ ନେଇନାହିଁ l ଏନେଇ ଗ୍ରାମବାସୀ ପୂର୍ବରୁ ବାଲିଗୁଡା ବିଧାୟକ ଚକ୍ରମଣି କହଁର ଏବଂ ଉପଜ଼ିଲ୍ଲାପାଳଙ୍କୁ ଅବଗତ କରିଥିଲେ କିନ୍ତୁ କୌଣସି ପଦକ୍ଷେପ ନିଆଯାଇନାହିଁ l ବାଲିଗୁଡା ଏନ ଏ ସି ଗଠନପରେ ସ୍ଥାନୀୟ ବାସିନ୍ଦା ସ୍ମଶାନ ଜମି ଚିହ୍ନଟ ଏବଂ ଉନ୍ନତି କରଣହେବ ବୋଲି ଆଶା ବାନ୍ଧିଥିଲେ କିନ୍ତୁ ପାଞ୍ଚବର୍ଷ ସରିଗଲା କିନ୍ତୁ ମଣିଷ ଜୀବନର ଶେଷ ସମ୍ମାନ ପାଉଥିବା ସ୍ମଶାନ ପ୍ରତି ଦୃଷ୍ଟିଦେଲନି ଯାହାକି ନୁଆସାହି ବାସୀଙ୍କୁ ବ୍ୟଥିତ କରିଛି l ତୁରନ୍ତ ଜ଼ିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରିବା ଆବଶ୍ୟକତା ରହିଛି ଅତିଶୀଘ୍ର ସ୍ମଶାନ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ସହ ପାଚେରୀ ଆଲୋକ ଓ ପାଣି ଓ ଶବ ବିଶ୍ରାମ ଗୃହ ନିର୍ମାଣ ପାଇଁ ୱାର୍ଡବାସୀ ଦାବୀ କରିଛନ୍ତି l

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *