#Breaking News

ବରଗଡ଼ ମହିଳା କଲେଜ ଠାରେ ରକ୍ତଦାନ ଶିବିର


ବରଗଡ଼ (ଉଲାପ୍ର)
ବରଗଡ଼ ମହିଳା କଲେଜ ଠାରେ ଭାରତୀୟ ରେଡକ୍ରସ ସୋସାଇଟି, ଯୁବ ରେଡକ୍ରସ ଦ୍ବାରା ସଂକୁଳ ସ୍ତରୀୟ ସ୍ବେଚ୍ଛାସେବୀ ମାନଙ୍କ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ କଲେଜ ପରିଚାଳନା କମିଟି ର ଅଧ୍ୟକ୍ଷ ତଥା ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ନଗର ବିଜେଡି ସଭାପତି କିଶୋର ମିଶ୍ର ଯୋଗଦେଇ ଥିଲେ। ଏଥିରେ ଛାତ୍ରୀ ମାନଙ୍କୁ ଜରୁରୀ ସମୟରେ ଆଶୁ ଚିକିତ୍ସା ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏହି ଅବସରରେ ରେଡକ୍ରସ ତରଫରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। କଲେଜ ର ଛାତ୍ରୀ ମାନେ ରକ୍ତଦାନ କରିଥିଲେ। ଶିବିରରେ ରକ୍ତଦାନ କ୍ଷେତ୍ରରେ ଜିଲ୍ଲା ରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର କୁ ରେଡକ୍ରସ ତରଫରୁ ସମ୍ମାନିତ କରାଯାଇଥିଲା। ବିଧାୟକ ଦେବେଶ ଆଚାର୍ଯ୍ୟ ନିଷ୍ଠା ଅନୁଷ୍ଠାନ କୁ ସମ୍ମାନିତ କରିଥିଲେ। ନିଷ୍ଠା ପରିବାରର ସଭାପତି ରକ୍ଷପାଳ ସାହୁ, ତ୍ରିପୁରା ସୁହୁଲ,,ସ°କେତ ଆଠଘର,ସ୍ବାସ୍ତିକ ଦାଶ,ଅମଳ ଦେହେରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a comment

Your email address will not be published. Required fields are marked *