#Exclusive

ବଢ଼ୁଛି ଅନୁପ୍ରବେଶକାରୀଙ୍କ ସଂଖ୍ୟା, ପୋଲିସ-ସରକାର ସବୁ ଜାଣି ଚୁପ୍ !

ନାଗରିକତା ସଂଶୋଧନ ବିଲ୍‌ ଏବେ ସମ୍ବିଧାନରେ ପରିଣତ ହୋଇଛି । ସମ୍ବିଧାନରେ ଏହି ନିୟମ ଲେଖାଯିବା ପରେ ଓଡ଼ିଶାରେ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ଦେଖାଯାଇଛି । ଓଡ଼ିଶାରେ ନାଗରିକତା ସଂଶୋଧନ ବିଲ୍‌କୁ ନେଇ ସ୍ଥିତି କ’ଣ ରହିଛି, ତାହା ପରଖିବା ପାଇଁ ଉଦୟ ଲାବଣ୍ୟ ଟିମ୍ ପହଞ୍ଚିଥିଲା ଗ୍ରାଉଣ୍ଡ ଜିରୋରେ । ଖାସ୍ କରି ଭଦ୍ରକ ଜିଲ୍ଲା ଧାମରା ଓ କେନ୍ଦ୍ରପଡାର ତାଳଚୁଆ ଓ ଜମ୍ବୁରେ ଉଦୟ ଲାବଣ୍ୟ ଟିମ୍ ପହଞ୍ଚି ଗ୍ରାଉଣ୍ଡ ଜିରୋର ସ୍ଥିତି ପରଖିଛି । କାରଣ ଏହି ସବୁ ଅଞ୍ଚଳ ହେଉଛି ଅନୁପ୍ରବେଶକାରୀଙ୍କ ପ୍ରବେଶ ପଥ ।1971ରେ ପାକିସ୍ତାନ ଓ ବାଙ୍ଗଲାଦେଶର ବିଭାଜନ ପରେ ବହୁ ସଂଖ୍ୟକ ବାଙ୍ଗଲାଦେଶୀ ନିଜ ଜୀବନ ରକ୍ଷା ପାଇଁ ଭାରତର ଶରଣାପର୍ଣ୍ଣ ହୋଇଥିଲେ । ସେହି ସମୟରେ ଓଡିଶା ସାଜିଥିଲା ବାଙ୍ଗାଲାଦେଶୀଙ୍କ ପାଇଁ ଭୂ-ସ୍ୱର୍ଗ । କିନ୍ତୁ ସମୟ କ୍ରମେ ଭାରତର ଉଦାର ହୃଦୟ, ପୋଲିସ ପ୍ରଶାସନର ମନମୁଖି ଏବଂ ରାଜ୍ୟ ସରକାରଙ୍କ ଅପାରଗତାର ସୁଯୋଗ ନେଇ ଓଡ଼ିଶାରେ କାୟା ବିସ୍ତାର କରି ଚାଲିଲେ ବାଂଲାଦେଶୀ ଅନୁପ୍ରବେଶକାରୀ ।କେନ୍ଦ୍ରାପଡା ରାଜନଗର ବ୍ଲକ, ତାଳଚୁଆରେ ଏହି ଅନୁପ୍ରବେଶକାରୀ ଦୀର୍ଘ ଦିନ ହେଲା ବସା ବାନ୍ଧି ରହିଥିବା ଅଭିଯୋଗ ହୋଇ ଆସୁଛି । ସେମାନେ ନିଜକୁ ବାଙ୍ଗାଲାଦେଶୀ ନୁହେଁ ବରଂ କଲିକତାରୁ ଆସିଥିବା ବଙ୍ଗଳାବାସୀ କହି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ତେବେ ଏହି ଅନୁପ୍ରବେଶକାରୀ ବିିଭିନ୍ନ ଅପରାଧିକ କାର୍ଯ୍ୟକଳାପ ସହ ଜଡ଼ିତଥିବା ମଧ୍ୟ ପ୍ରମାଣ ମିଳିଛି । ଗ୍ରାଉଣ୍ଡ ଜିରୋରୁ ଆମ ଟିମ୍‌ ଯେଉଁ ତଥ୍ୟ ମିଳିଲା ତାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ । ଜଣେ ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ବାଂଲାଦେଶରୁ ମୁସଲମାନ ମାନେ ଆସି ରାଜ୍ୟରେ ଅପରାଧ ଘଟାଉଛନ୍ତି ଏବଂ ତା’ପରେ ଚାଲିଯାଉଛନ୍ତି । ପୁଣି କିଛି ଦିନ ଘଟଣା ଶାନ୍ତ ପଡ଼ିବା ପରେ ଆସି ଏଠାରେ ରହୁଛନ୍ତି । ସେମାନଙ୍କୁ ଶରଣ ଦେଉଛନ୍ତି ସ୍ଥାନୀୟ ନେତା ଓ ମନ୍ତ୍ରୀ । ଭୋଟ ବ୍ୟାଙ୍କ ସୁରକ୍ଷିତ କରିବାକୁ ସେମାନେ ଏଭଳି କରୁଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ବ୍ରାଉନ୍‌ ସୁଗାର, ଗୋ-ଚାଲାଣ, ବେଆଇନ୍‌ ଅସ୍ତ୍ରଶସ୍ତ୍ର ଏବଂ ଦେହ ବେପାର ଭଳି କାରବାରରେ ସେମାନେ ଲିପ୍ତ ରହୁଛନ୍ତି । ଯଦି ଏହାକୁ କେହି ବିରୋଧ କରୁଛନ୍ତି ତେବେ ସେମାନଙ୍କୁ ଅନୁପ୍ରବେଶକାରୀମାନେ ଆକ୍ରମଣ କରୁଛନ୍ତି । ଖାଲି ସତିକି ନୁହେଁ ପୋଲିସ ମଧ୍ୟ ସେମାନଙ୍କୁ କିଛି କହୁ ନାହିଁ । କିମ୍ବା ତାଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ।ପୂର୍ବରୁ ମଧ୍ୟ ଏଭଳି ଅନେକ ତଥ୍ୟ ରହିଛି, ଯାହାକି ଆତଙ୍କବାଦୀଙ୍କ ସହ ଏହି ଅନୁପ୍ରବେଶକାରୀଙ୍କ ଲିଙ୍କ୍‌ ରହିଥିବା ପ୍ରମାଣ କରୁଛି । ତାଳଚୁଆରେ ଭାରତର ଜାତୀୟ ପତାକା ପୋଡାଯିବା ସହ ପାକିସ୍ତାନୀ ରେଡିଓ ଏବଂ ସାଟେଲାଇଟ୍‌ ଫୋନ୍‌ ସେମାନଙ୍କଠାରୁ ପୂର୍ବରୁ ଜବତ ହୋଇଛି । ଏହା ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଯଦିଓ ହୋଇଥିଲା କିନ୍ତୁ ବାସ୍ତବରେ ରାଜ୍ୟ ସରକାରଙ୍କର ଏମାନଙ୍କ ଉପରେ କୌଣସି ନିୟନ୍ତ୍ରଣ ନଥିବା ସ୍ପଷ୍ଟ ବାରି ହୋଇପଡ଼ୁଛି ।ତେବେ ସ୍ଥିତି ଏପରି ହେଲାଣି ଯେ, କେତେକ ସ୍ଥାନରେ ଅନୁପ୍ରବେଶକାରୀ ନିଜ ପରିଚୟ ଏବଂ ଧର୍ମ ମଧ୍ୟ ପରିବର୍ତ୍ତନ କରିଛନ୍ତି । କେନ୍ଦ୍ରାପଡା ଗୁପ୍ତି ପଂଚାୟତର ଚାରି ଘରିଆରେ ଜଙ୍ଗଲ ଜମି ଉପରେ ପ୍ରାୟ 105ଟି ଘର ରହିଛି । ସେମାନଙ୍କୁ ସରକାର ସୋଲାର ଲାଇଟ୍ ଓ ଛୁଆଙ୍କ ପାଇଁ ସ୍କୁଲ ଘର ଖୋଲିଛନ୍ତି । କିନ୍ତୁ ଏମାନଙ୍କ ଅସ୍ତିତ୍ୱକୁ ନେଇ ଏବେ ସୃଷ୍ଟି ହୋଇଛି ପ୍ରଶ୍ନ ।ଧର୍ମକୁ ଆଖିଠାର ମାରିବା ପରି ରାଜ୍ୟ ସରକାର ଅନୁପ୍ରବେଶକାରୀଙ୍କ ଉପରେ ନଜର ରଖିବା ପାଇଁ 14ଟି ମେରାଇନ୍ ଥାନା ଖୋଲିଛନ୍ତି । କିନ୍ତୁ ଥାନାରେ ନା ଅଛନ୍ତି ଆବଶ୍ୟକୀୟ ଷ୍ଟାଫ୍ ଓ ନା ଅଛି ଉପରକରଣ । ଏପରିକି ଥାନାରେ ପାଟ୍ରୋଲିଂ ପାଇଁ ମଧ୍ୟ କୌଣସି ବ୍ୟବସ୍ଥା ନାହିଁ । ଆତଙ୍କବାଦୀଙ୍କୁ ମୁକାବିଲା କରିବା ପାଇଁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର କଥା ଦୂରେ ଥାଉ, ଥାନାରେ ଆବଶ୍ୟକ ବନ୍ଧୁକ ମଧ୍ୟ ନାହିଁ ।ସେପଟେ ଏସମ୍ବନ୍ଧୀୟ ସର୍ଭେ କରୁଥିବା ଏକ ଘରୋଇ ସଂସ୍ଥାର ରିପୋର୍ଟ ଅନୁଯାୟୀ, ରାଜ୍ୟରେ 50 ଲକ୍ଷରୁ ଅଧିକ ଅନୁପ୍ରବେଶକାରୀ ରହୁଛନ୍ତି । ଆଉ ସେମାନେ ରାଜନେତାଙ୍କ ଛତ୍ରଛାୟା ତଳେ ରହୁଛନ୍ତି । ତେଣୁ ରାଜ୍ୟରେ ସିସିଏ ଏବଂ ଏନ୍‌ଆର୍‌ସି ଲାଗୁ କରିବା ଅପରିହାର୍ଯ୍ୟ ହୋଇପଡ଼ିଛି ।

Leave a comment

Your email address will not be published. Required fields are marked *