#Breaking News

୭୩ ତମ ବନ ମହୋତ୍ସବ ଅବସରରେ କ. ନୂଆଗାଁ ରେଞ୍ଜ ରେ ବୃକ୍ଷ ରୋପଣ

ଫୁଲବାଣୀ(ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧିନସ୍ଥ କ. ନୂଆଗାଁ ବନ ବିଭାଗ ରେଞ୍ଜ ପକ୍ଷରୁ ବୁଧବାର ଡେଡିମାହା ରୂ ଗେଜିପଦର ପଂଚାୟତ ରାସ୍ତା ପାର୍ଶ୍ୱ ରେ 2022/23ବର୍ଷ ରେ ଏଭିନ୍ୟୁ ପ୍ଲାଣ୍ଟେସନ ପାଞ୍ଚ କି ମି ରାସ୍ତା ରେ ବିଭିନ୍ନ କିସମ ର ବୃକ୍ଷ ରୋପଣ କରାଯାଇଥିଲା l
ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେସିରତୀଗୁଡା ସରପଞ୍ଚ ଶ୍ରୀମତୀ ଭାଗ୍ୟବତୀ ମଲିକ ମୁଖ୍ୟଅତିଥି ଭାବେଯୋଗ ଦେଇଥିବାବେଳେ କ. ନୂଆଗାଁ ରେଞ୍ଜ ଅଫିସର ରବୀନ୍ଦ୍ର ପାତ୍ର,ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା, ଗାଁ ମୂଖୀଆ ପ୍ରମୁଖ ଙ୍କ ସମେତ ବହୁ ବନ ବିଭାଗ କର୍ମଚାରୀ ଯୋଗ ଦେଇ ଜଙ୍ଗଲ ସୁରକ୍ଷା କରିବା ସହ ଅଧିକ ରୂ ଅଧିକ ବୃକ୍ଷରୋପଣ କରିବାଲାଗି ଗ୍ରାମବାସି ଙ୍କୁ
ପରାମର୍ଶ ଦେଇଥିଲେ lସେହିପରି
ଜଙ୍ଗଲ ରେ ନିଆଁ ନଲଗାଇବା ବନ୍ୟ ଜନ୍ତୁ ର ସୁରକ୍ଷା କରିବାନେଇ ସଚେତନ କରିଥିଲେ lଆଉ ପ୍ରତ୍ୟେକ ଲୋକ ନିଜ ଜୀବନ କାଳରେ କିଛିକିଛି ଗଛ ଲଗାଇଵା ସହ ତାକୁ ବଞ୍ଚାଇରଖିଲେ ଭବିଷ୍ୟ ପିଢ଼ି ପରିବେଶ ପ୍ରଦୂଷଣ ରୂ ରକ୍ଷା ପାଇବେ ବୋଲି ମଧ୍ୟ କହିଥିଲେ lଏହି କାର୍ଯ୍ୟକ୍ରମ ରେ ଗ୍ରାମବାସି, ଯୁବକସଂଙ୍ଘ , , ବନ ବିଭାଗ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ l
ରେଞ୍ଜ ଅଫିସରଭାବେ ଦାଇତ୍ୱ ଗ୍ରହଣ କରିବାର ସ୍ୱଳ୍ପ ସମୟ ମଧ୍ୟରେ ରେଞ୍ଜର ରବିନ୍ଦ୍ର ପାତ୍ର ନିଷ୍ଠା ଓ ଆନ୍ତରିକତାର ସହ ରେଞ୍ଜ ଅଂଚଳରେ ବ୍ୟାପକ ବୃକ୍ଷ ରୋପଣ କରିବା ସଂଗେ ସଂଗେ ଜଙ୍ଗଲ ଓ ବନ୍ୟ ଜନ୍ତୁ ର ସୁରକ୍ଷା ସମ୍ପର୍କରେ ମଧ୍ୟ ବିଭିନ୍ନ ସ୍ଥାନ ରେ ସଚେତନ କରିପାରିଛନ୍ତି l

Leave a comment

Your email address will not be published. Required fields are marked *