#Breaking News #District

ଗୋଷ୍ଠୀ ଶୌଚାଳୟ ନିର୍ମାଣ ପରଠୁ ତାଲା ଝୁଲୁଛି


ଫୁଲବାଣୀ( ସୁନୀଲ ପଟନାୟକ )
ସରକାର ଲୋକଙ୍କ ସୁବିଧା ପାଇଁଲକ୍ଷ ଲକ୍ଷ ଟଙ୍କା ବ୍ୟୟ ରେ ଗୋଷ୍ଠୀ ଶୌଚାଳୟ ମାନ ନିର୍ମାଣ କରୁଛନ୍ତି l
ହେଲେ ସେସବୁ ନିର୍ମାଣ ହେବାପରେ ତାଲା ଝୁଲୁଛି l ଲୋକଙ୍କ କାମରେ ଆସୁନି l ଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ l
ସହର ଠୁ ଆରମ୍ଭ କରି ଗ୍ରାମାଞ୍ଚଳଯାଏ ଏକା ଅବସ୍ଥା l
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ ଅଂଚଳରେl
ବ୍ଲକ ଅନ୍ତର୍ଗତ କଂଜlମେଣ୍ଡି ପଂଚାୟତ ରେ କମ୍ୟୁନିଟି ସାନିଟାରୀ କମ୍ପ୍ଲେକ୍ସ ଯୋଜନାରେ ୨ ଲକ୍ଷ ୨ ୫ ହଜାର ଟଙ୍କା ବ୍ୟୟରେ ଗତ ୨ 0୨ 0-୨ ୧ ବର୍ଷ ରେ ନିର୍ମାଣ ହୋଇଥିଲା l
ହେଲେ ନିର୍ମାଣ ପରଠୁ ହିଁ ଏଠାରେ ତାଲା ଝୁଲୁଛି lଲୋକଙ୍କ କାମରେ ଆସୁନି lଫଳରେ ସାମନା ରେ ଲୋକେ ମଇଳା ପକାଇବାରୁ ଅଳିଆ ଆବର୍ଜନା ରେ ଭର୍ତ୍ତି ହୋଇଗଲାଣି l
କେବଳ ଏହିଗୋଟି ଏସ୍ଥାନ ନୁହେଁ ଜିଲାର ବିଭିନ୍ନ ବ୍ଲକରେ ଓ ଏନଏସି ଓ ମୁନିସିପାଲିଟି ଅଂଚଳ ରେ ଏକା ଅବସ୍ଥା l
ସରକାର ନିର୍ମାଣକରିଦେଲେ ସିନା ତାର ରକ୍ଷଣା ବେକ୍ଷଣ ଓ ତଦାରଖପାଇଁ କୌଣସି ଆର୍ଥିକ ବ୍ୟବସ୍ଥା ନଥିବାରୁ କମ ମୂଲ୍ୟରେ କୌଣସି ଏସଏଚ ଜି ଏହାର ପରିଚାଳନା ଦାଇତ୍ୱ ନେବାକୁ ମଙ୍ଗୁ ନଥିବା କୁହାଯାଉଛି l ତେବେ ସରକାର ଏଥିପ୍ରତି ଦୃଷ୍ଟି ଦେଈ ଆବଶ୍ୟକ ଅର୍ଥ ଅନୁଦାନ ଯୋଗାଇଦେଲେ କାର୍ଯ୍ୟ କ୍ଷମ ହୋଇପାରିବ ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି l

Leave a comment

Your email address will not be published. Required fields are marked *