#Breaking News

କୋରିଆ ନାଇଟ ଟୁର୍ଣ୍ଣ। ମେଣ୍ଟରେ ଜୟ ଜଗନ୍ନାଥ ଟିମ ଚମ୍ପିୟନ

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ସହରସ୍ଥ ୨୩ନମ୍ବର ୱାର୍ଡ଼ କୋରିଆଁ ମ୍ୟାଙ୍ଗୋଗାର୍ଡେନ ପଡିଆରେ ୧ମ ଦେବରାଜ ସାହୁ ମେମୋରିଆଲ ରାତ୍ରୀକାଳିନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଗତ ୭ ତାରିଖଠାରୁ ୮ଟି ଟିମକୁ ନେଇ ଏହି ରାତ୍ରିକାଳିନ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ଆଜି ଫାଇନାଲ ମ୍ୟାଚରେ ଜୟ ଜଗନ୍ନାଥ କ୍ରିକେଟ କ୍ଲବ ସହିତ ମା ମଙ୍ଗଳା କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଛି । ଜୟ ଜଗନ୍ନାଥ ଟିମ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୨ ଓଭରରେ ୭ ଉଇକେଟ ହରାଇ ୯୨ରନ ସଂଗ୍ରହ କରିଥିଲେ । ବିପକ୍ଷରେ ମା ମଙ୍ଗଳା ଟିମ ନିର୍ଦ୍ଧାରିତ ଓଭର ଶେଷ ସୁଧା ୭ଉଇକେଟ ହରାଇ ୫୨ ରନ ସଂଗ୍ରହ କରିଥିଲେ।
ମୁଖ୍ୟ ଅତିଥିଭାବେ UAL ର ୱ ୲ର୍କ ମ୍ୟାନେଜର ଖିରୋଦ କୁମାର ବେହେରା ଯୋଗଦାନ କରି ଚମ୍ପିୟନ ଭାବେ ଜୟ ଜଗନ୍ନାଥ ଟିମକୁ ଚମ୍ପିୟନ ଟ୍ରଫି ସହିତ ୮ହଜାର ଟଙ୍କା ଓ ମା ମଙ୍ଗଳା ବାଙ୍ଗୁସିଂହ ଟିମକୁ ରନର୍ସ ଟ୍ରଫି ସହିତ ୩ହଜାର ଟଙ୍କା ପ୍ରଦାନ କରାଯାଇଥିଲା।ଏହି ମ୍ୟାଚକୁ ଦୁର୍ବାସା ମହାପାତ୍ର, ସମ୍ବିତ ନନ୍ଦ ଓ ସ୍ମୃତି ରଂଜନ ରଥ ଖେଳ ପରି ଚାଳନା କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟଟିକୁ ଶାନ୍ତିଷ୍ଟାର କ୍ରିକେଟ କ୍ଲବ ଆୟୋଜନ କରି ଥିଲେ । ବିଜୟ ସାହୁ ମୁଖ୍ୟ ଆୟୋଜକ ଭାବେ ସହଯୋଗ କରିଥିଲେ। କୋରିଆଁ ବାସୀଙ୍କ ବିଶେଷ ସହଯୋଗରେ ଶାନ୍ତିଶୃଙ୍ଖଳା ସହିତ ଶେଷ ହୋଇଛି।

Leave a comment

Your email address will not be published. Required fields are marked *