#Uncategorized

୮୨ତମ ପ୍ରଜା ମଣ୍ଡଳ ଆନ୍ଦୋଳନ ସ୍ମୃତି ପାଳିତ


ଆଠଗଡ(ଉଲାପ୍ର) ଆଠଗଡ ଗଡଜାତ ପ୍ରଜାମଣ୍ଡଳ ଆନ୍ଦୋଳନ ର ସଂଗ୍ରାମୀ ୮୨ ତମ ପୂର୍ତ୍ତି ଉପଲକ୍ଷେ ରାଧାକିଶୋରୋପୁର ଗ୍ରାମ ପଞ୍ଚାୟତ ର ରାଧା ଦାମୋଦର ପୁର ଗ୍ରାମର ଜମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଜମେଶ୍ୱର ସ୍ମୃତି ସଂସଦ ତରଫରୁ କୋଭିଡ ନିୟମ କୁ ସମ୍ମାନ ଦେଇ ନିରାଡ଼ମ୍ବର ଭାବରେ ଭକ୍ତିପୂତ ଭାବରେ ପାଳନ କରାଯାଇଛି।ଏହି ଉତ୍ସଵ ରେ ଆଠଗଡ ପ୍ରଜାମଣ୍ଡଳ ଆନ୍ଦୋଳନ ରେ ସାମିଲ ଥିବା ବ୍ୟକ୍ତି ମାନଙ୍କର ଦାୟାଦ ମାନେ ଯୋଗ ଦେଇଥିଲେ, ସମସ୍ତ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ଦାୟାଦ ଯଥା ସେସଦେବ ଶତପଥି, ଜଗବନ୍ଧୁ ରଣା,ବସନ୍ତ ସାହାଣୀ,ପ୍ରମେଶ ମହାପାତ୍ର,ସୁରେନ୍ଦ୍ର ପାତ୍ର,ପ୍ରଫୁଲ୍ଲ ସାହୁ, ଗୋପାଳ ସାମନ୍ତରାୟ, ବିରଜା ମହାନ୍ତି, ସଲିଲ ସ୍ୱାଇଁ ଉପସ୍ଥିତ ଥିଲେ।
ଏହି ଉତ୍ସଵ ରେ ସ୍ୟାଧିନତା ସଂଗ୍ରାମୀ ତଥା ପ୍ରାଯାମଣ୍ଡଳ ଆନ୍ଦୋଳନ ର ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ମିଶ୍ର ଙ୍କ ନାତି ତଥା ଜମେଶ୍ୱର ମିଶ୍ର ଙ୍କ ପୁତ୍ର ଶ୍ରୀଯୁକ୍ତ ଭାଗିରଥି କର ସଭାପତିତ୍ୱ କରିଥିଲେ,ମୁଖ୍ୟ ଅତିଥି ସୁରେନ୍ଦ୍ର ପାତ୍ର, ମୁଖ୍ୟ ବକ୍ତା ବସନ୍ତ ସାହାଣି ଏବଂ ଶେଷରେ ଧନ୍ୟ ବାଦ ଅର୍ପଣ କରିଥିଲେ ସୁରେଶ ପ୍ରଧାନ

        ଅନ୍ୟ ମାନଙ୍କ ମଧ୍ୟରେ ଜମେଶ୍ୱର ସ୍ମୃତି ସଂସଦ ର ସଭ୍ୟ ଆଶୁତୋଷ କର,ବିଭୁପ୍ରସାଦ କର, ଶରତ କୁମାର ରାଉତ, ସୁଧୀର କୁମାର ପରିଡା, ଶରତ ଚନ୍ଦ୍ର ଦାସ,ସଞ୍ଜୟ କୁମାର ବେଉରା, ସୁଶାନ୍ତ କୁମାର ସ୍ୱାଇଁ, ସୁକାନ୍ତ ବେଉରା, ପ୍ରତାପ ପରିଡା,ଅନୁକୂଳ ଜେନା,କାହ୍ନୁ ଚରଣ ରାଉତ, ସିଦ୍ଧାର୍ଥ ଶତପଥି ଏବଂ ଗ୍ରାମର ଅନ୍ୟ ମାନେ ଉପସ୍ଥିତ ଥିଲେ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *