#Uncategorized

ବିଳମ୍ବରେ ଚେତା ପଶିଲା ସଚେତନତା ସୃଷ୍ଟି କରୁଛି ବନବିଭାଗ


ଫୁଲବାଣୀ-( ସୁନୀଲ ପଟନାୟକ) କନ୍ଧମାଳରେ ଜଙ୍ଗଲ ଜଳିବା ପରେ ବନବିଭାଗର ଚେତା ପଶିଲା।
ଗତକାଲି ଫୁଲବାଣୀ 6ରଂଜ ଅଧିନକେତେକ ଜଙ୍ଗଲରେ ଲାଗିଥିବା ନିଆଁ ତତକ୍ଷଣାତ ଆୟତ୍ତ କରିବାପରେ ଆଗକୁ ଯେପରି ଜଙ୍ଗଲ 6 ର ନିଆଁ ନ ଲାଗିବ ତାକୁ ଫୋକସ କରୁଛି ବନବିଭାଗ । ଫୁଲବାଣୀ 6ରଂଜ ଅଫିସର ସଚ୍ଚିଦାନନ୍ଦ ସେଠି ଙ୍କ ନେତୃତ୍ଵରେ ସୋମବାର ଏହି 6 ରଂଜ ଅର୍ନ୍ତଗତ ଖଜୁରିପଡ଼ା, ଦୁବଗଡ଼,ବିଶିପଡ଼ା,ଫୁଲବାଣୀ ଆଦି ସେକସେନ ରେ 6 ରଂଜର ସଚିଦାନନ୍ଦ ସେଠୀଙ୍କ ସହ ବନ କର୍ମଚାରୀମାନେ ଗାଁକୁ ଗାଁ ବୁଲି ଗ୍ରାମବାସୀଙ୍କୁ ସଚେତନ କରିବା ସହ ଜଙ୍ଗଲ ସୁରକ୍ଷାକରିବା ନେଇ ସମସ୍ତଙ୍କୁ ଶପଥ କରାଇଥିଲେ। ଜଙ୍ଗଲ ଓ ଜୀବ ଯନ୍ତ୍ରୁ ଆମର ଏଣୁ ତାର ସୁରକ୍ଷ। କରିବା ଆମର ଦାୟୀତ୍ଵ ଓ କର୍ତ୍ତବ୍ୟ କହି ଶପଥ ପାଠ କରାଇଥିଲେ ।
ଏଥି ସହ ଗ୍ରାମରେ ସଚେତନ ରାଲି କରିବା ସହ ଲିଫ ଲେଟସ ମଧ୍ୟ ବାଣ୍ଟିଥିଲେ। ସେହିପରି ଅଟେ । ରେ ବୁଲି ଡାକବାଜି ଯନ୍ତ୍ର ଜରିଆରେ ଗାଁଠୁ ସହର ଯାଏ ଯୋ ରଦାର ସଚେତନ କରୁଛି ବନବିଭାଗ ।
କେବଳ ସେତିକି ନୁହେଁ ଗ୍ରାମର ଯୁବକ ଓ ନାରୀ ସଂଘ, ବନ ସଂରକ୍ଷଣ ସମିତି ସଦସ୍ୟ, ବରୀଷ୍ଠ ନାଗରୀକ ଓ ବିଭିନ୍ନ ସ୍ଵେଛାସେବୀ ସଂଗଠନକୁ ବି ଏଥିରେ ସାମିଲ କରି ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷାକରିବା ଲାଗି ଅଣ୍ଟାଭିଡ଼ିଛି ଫୁଲବାଣୀ 6ରଂଜ ।
6ରଂଜ ଅଫିସର ସଚ୍ଚିଦାନନ୍ଦ ସେଠି ଙ୍କ କାର୍ଯ୍ୟଦକ୍ଷତା, ପାରଦର୍ଶିତା ସାଙ୍ଗକୁ ସମୟୋଚିତ ପଦକ୍ଷେପ ନିଶ୍ଚିତ ଜଙ୍ଗଲ ସୁରକ୍ଷା ଦିଗରେ ଫଳପ୍ରଦ ହେବ ବୋଲି କୁହାଯାଇଛି।
ଏଥିରେ ଅଧସ୍ତନ ବନ କର୍ମଚାରୀ ଫରେଷ୍ଟର ଓ ଫରେ ଷ୍ଟ ଗାର୍ଡ ମାନଙ୍କ ଆନ୍ତରୀକ ସହଯୋଗ ଓ ନିଷ୍ଠାପର ଉଦ୍ୟମ ନିଶ୍ଚିତ ମୂଲ୍ୟବାନଜଙ୍ଗଲ କୁ ରକ୍ଷାକରିବା ଦିଗରେ ସଫଳତା ହାସଲ କରି ହେବ ବୋଲି ମତବ୍ୟକ୍ତ କରିଛନ୍ତି ଫୁଲବାଣୀ 6 ରଂଜର ଶ୍ରୀ ସେଠି ।

ଏଥି ସହ ପ୍ରତି ଗ୍ରାମରେ ଓ 6 ରଂଜ ଅଧିନରେ ଜଙ୍ଗଲ ସୁରକ୍ଷା ପାଇଁ ସ୍କ୍ବାର୍ଡ ଓ ଟାସ୍କଫୋର୍ସ ମଧ୍ୟ ଗଠନ କର ଯାଇଥିବା କହିଛନ୍ତି 6ରଂଜ ଅଫିସର ଶ୍ରୀ ସେଠି ।
ଏହାଫଳରେ ଜଙ୍ଗଲରେ ଏଣିକି ଆଉ ନିଆଁ ଲାଗି ଜଙ୍ଗଲ ନଷ୍ଟ ହେବନି ଓ ବନ୍ୟପ୍ରାଣୀ ମଧ୍ୟ ସୁରକ୍ଷିତ ରହିବେ ବୋଲି 6 ରଂଜ ଅଫିସର ସେଠି ଆଶାବ୍ୟକ୍ତ କରିଛନ୍ତି ।
ସେହପରି ଫୁଲବାଣୀ ଜଙ୍ଗଲ ବିଭାଗଡିଭିଜନ ଅନ୍ତର୍ଗତ ସୁଡ୍ରୁ କୁମ୍ପା, ରାଇକିଆ, ଜିଉ ଦୟଗିରି, ଟିକାବାଲି। ଫିରିଙ୍ଗିଆ, କରଡା ଆଦି 6ରଂଜରେ ମଧ୍ୟ ଫୁଲବାଣୀ ଭଳି ସଚେତନତା ସୃଷ୍ଟି କରିବା ଜରୁରୀ।
ଫୁଲବାଣୀ ବନଖଣ୍ଡ ଅଧିକାରି ଆଇଏଫଏସ ଲକ୍ଷ୍ମୀନାରାୟଣ ବେହେରା ଏହି ପ୍ରତି ଦୃଷ୍ଟିଦେଇ ଆଗକୁ ଜଙ୍ଗଲ ଯେପରି ନଷ୍ଟ ନ ହେବ ସେଥିପ୍ରତି ସତର୍କ ଦୃଷ୍ଟିଦେବାକୁ ସମସ୍ତ ବନ କର୍ମଚାରୀଙ୍କୁ ଆଗୁଆ ବୈଠକ କରି ନିର୍ଦ୍ଦେଶ ଦେଇଛନ୍ତି।
ତେବେ ଜିଉଦୟଗିରି ବନବିଭାଗ ଅଧିନ
କଳିଙ୍ଗା ଜଙ୍ଗଲରେ ନିଆଁ ଲାଗିଛି ଯେ ଲିଭାଇ ପାରୁନି ବିଭାଗ।କମିଚାରୀ ଓ 6ରଂଜ ଅଫିସର ଙ୍କ ଖାମଖିଆଲି ମନୋଭାବ ସାଙ୍ଗଙ୍କୁ ନିଷ୍ଠା ଓ ଆନ୍ତରିକତା ର ଘୋର ଅଭାବ ଏତେବଡ଼ ଜଙ୍ଗଲକୁ ପଦାକରିବାକୁ ବସି ଲାଣି। ଜୀବଜନ୍ତୁ ଅସୁରକ୍ଷିତ ହୋଇ ପଡିଲେଣି। ହେଲେ ବନ କର୍ମଚାରୀଙ୍କ ଚେତା ପଶୁନି । ଏବେବି ଠାଏ ଠାଏ ନିଆଁ ଲାଗିଥିବାବେଳେ ଘାଟି ରାସ୍ତା ଧୁଆଁଳିଆ ହୋଇଥିବା ଦେଖିବାକୁ ମିଳିଛି। ଏହି ପ୍ରତି ଦୃଷ୍ଟିଦେଇ ବିହିତ ପ୍ରତିକାର ଜରୁରୀ ହୋଇ ପଡିଛି ।

Leave a comment

Your email address will not be published. Required fields are marked *