#Breaking News

ଫୁଲବାଣୀ ଲ୍ୟାମ୍ପସ ପକ୍ଷରୁ ଖରୀଫ ସଂଗ୍ରହ ଆରମ୍ଭ


ଫୁଲବାଣୀ-(ସୁନୀଲପଟନାୟକ)
ସୋମବାରଠାରୁ ଫୁଲବାଣୀ ଲ୍ୟାମ୍ପସ ପକ୍ଷରୁ କେରେଡି ଗ୍ରାମ ଠାରେ ଖରୀଫ ଧାନ ସଂଗ୍ରହ ଆରମ୍ଭ ହୋଇଛି ।
ଏହି ଅବସରରେ ଡି ଆର ସି ଏସ ପ୍ରଭାତ କୁମାର ଜେନାମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କରେ ଜିଲ୍ଲା ଯୋଗାଣ ଅଧିକାରି ଅନାଥ ଚରଣ ସ୍ଵାଇଁ, ଲ୍ୟାମ୍ପ ପ୍ରଶାସକ ଜ୍ୟୋତି ପ୍ରଧାନ, ଏସ ଆରସିଏସ ଗଙ୍ଗାଧର କହଁର, ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକଭୀମସେନ ସାହୁ ଓ କର୍ମଚାରି ମାନେ ଉପସ୍ଥିତ ଥିଲେ ।
ପୂର୍ବରୁ ଗଞ୍ଜୁଗୁଡ଼ା ପଞ୍ଚାୟତରେ ଧାନ କିଣାଯାଉଥିଲା ହେଲେ ଚଳିତବର୍ଷ ଠାରୁ କେରେଡି ଗ୍ରାମଠାରେ କିଣା ଯାଉଥିବା ଲ୍ୟାମ୍ପ ଏମଡି ଭୀମସେନ ସାହୁ କହିଛନ୍ତି ।
ଏଫଏକ୍ୟୁମାନର ଧାନ କୁଇଣ୍ଟାଲ ପିଛ।
୧୯୪୦ ଟଙ୍କାରେ ଚାଷୀଙ୍କଠାରୁ କିଣାଯିବ ବୋଲି ସେ କହିଛନ୍ତି ।
ଏହି ଧାନ ସଂଗ୍ରହ ଆସନ୍ତା ୩୧/୩ ଯାଏ ଚାଲିବ ବୋଲି ଏମଡି ସାହୁ କହିଛନ୍ତି।

Leave a comment

Your email address will not be published. Required fields are marked *