#Exclusive

କଂଗ୍ରେସ ଭବନ ଗଣ୍ଡଗୋଳ: ସୁର କହିଲେ ’ପୁରୁଣା ରୋଗ’; ଏଆଇସିିସିକୁ ଦାୟୀ କଲେ ବରିଷ୍ଠ ନେତା

ଭୁବନେଶ୍ବର: କଂଗ୍ରେସ ଆଉ ପିଟାପିଟି ଯେମିତି ଗୋଟିଏ ଟଙ୍କାର ଦୁଇଟି ପାର୍ଶ୍ବ । ଏମିତି କେଉଁ ବର୍ଷ ନାହିଁ ଯେଉଁ ବର୍ଷ କଂଗ୍ରେସ ଭବନରେ ଦି’ ଚାରିଥର ଗଣ୍ଡଗୋଳ, ପିଟାପିଟି ନ ହୋଇଛି । ଅବଶ୍ୟ ଅନ୍ୟ ରାଜନୈତିକ ଦଳରେ ଯେ ମତ ପାର୍ଥକ୍ୟ ବା ପିଟାପିଟି ହେଉନାହିଁ ସେ କଥା ନୁହେଁ, ହେଲେ କଂଗ୍ରେସ ଆଉ ପିଟାପିଟି ଯେମିତି ଅଙ୍ଗାଙ୍ଗି ଭାବରେ ଜଡ଼ିତ ।କଂଗ୍ରେସରେ ପଦ ପଦବୀକୁ ନେଇ ଅନେକ ସମୟରେ ଗଣ୍ଡଗୋଳ ଘଟେ । ଯିଏ ସଭାପତି ହୁଅନ୍ତି ତାହାର ଏପରି ପରିସ୍ଥିତିର ସମ୍ମୁଖୀନ ହେବା ଏକ ସ୍ବାଭାବିକ ପରମ୍ପରା । ସଭାପତି ବଦଳାଇବାକୁ ଦିଲ୍ଲୀରେ ନେତାଏ ମେଳି କରନ୍ତି, ଦିଲ୍ଲୀରେ ଡ଼େରା ପକାନ୍ତି । ନୂଆ ସଭାପତି ଆସିବା କିଛିଦିନ ବିତିବା ପରେ ପୁଣି ତାଙ୍କ ବିରୋଧରେ ମେଳି ହୁଏ ।କେଇମାସ ତଳେ କଂଗ୍ରେସ ଭବନରେ ବାଉନ୍ସର ପ୍ରସଙ୍ଗ ଜୋର ଧରିଥିଲା । କଂଗ୍ରେସ ଭବନକୁ ବାଉନ୍ସରଙ୍କୁ କିଏ ଆଣିଲା ତାହାକୁ ନେଇ ତୁମ୍ବୀତୋଫାନ ଚାଲିଲା । କମିଟି ଗଠନ ହେଲା, କମିଟିକୁ ଖୁବ୍ ଶୀଘ୍ର ରିପୋର୍ଟ ଦେବାକୁ କୁହାଗଲା । ତା ପରେ କ’ଣ ହେଲା ତାହାର ପତ୍ତା ନାହିଁ ।

Leave a comment

Your email address will not be published. Required fields are marked *