#Breaking News

ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ?


ଫୁଲବାଣୀ -20/08(ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅନ୍ତର୍ଗତ ଡେ଼ରାକୁମ୍ପା ନିକଟ ନାଳ ର କଲଭର୍ଟ ତଳୁ ଆଜି ଜଣେ ମହିଳା ଙ୍କ ଉଲଗ୍ଣ ଅବସ୍ଥାରେ ଗଳିତ ଶବ ଉଦ୍ଧାର କରିଛି ପୋଲିସ lଏହା ଏକ ଦୁଷ୍କର୍ମ ଓ ହତ୍ୟା ଘଟଣା ବୋଲି ସନ୍ଦେହ କରାଯାଉଛି l
ଖବରପାଇ ଗୋଛା ପଡା ଥାନା ଅଧିକାରୀ ରଣଜିତ କୁମାର ମୁନି ପୋଲିସ ଟିମ ସହ ଘଟଣା ସ୍ଥଳ ରେ ପହଂଚି ଶବ ଉଦ୍ଧାର କରି ବା ସହ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି l
ମୃତ ଦେହ ଜବତ କରି ବ୍ୟବଛେଦ ନିମନ୍ତେ ସଦର ମହକୁମା ଡାକ୍ତର ଖାନା ପଠାଇଛନ୍ତି l
ତେଵେ ବ୍ୟବଛେଦ ରିପୋର୍ଟ ଆସିବାପରେ ମହିଳାଙ୍କ କିଭଳି ମୃତ୍ଯୁ ଘଟିଛି ଜଣାପଡିବ ବୋଲି ଗୋ ଛାପଡା ଥାନା ଅଧିକାରୀ ମୁନି କହିଛନ୍ତି l
ତେଵେ ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଥିବା କହିଛି lମୃତ ମହିଳା ଙ୍କ ପରିଚୟ ମିଳିନାହିଁ l

Leave a comment

Your email address will not be published. Required fields are marked *