#Breaking News #Uncategorized

ଫୁଲବାଣୀରେ କରେ।ନା ସଚେତନତା

*

ଫୁଲବାଣୀ- (ସୁନୀଲ ପଟନାୟକ) ଦେଶ, ରାଜ୍ୟ ଓ ଜିଲ୍ଲା ରେ କରେ। ନାରଦ୍ୱିତୀୟ ଲହର ଏବେ. ସମସ୍ତଙ୍କୁ ଆତଙ୍କିତ କରିଛି । ସେହିପରି ଦିନକୁ ଦିନ
କରୋନାର ଗ୍ରାଫ ମଧ୍ୟ ବଢିବାରେ ଲାଗିଛି ଜିଲ୍ଲାରେ। ଜିଲ୍ଲାରେକରୋନା ରେ ବର୍ତ୍ତମାନ ସୁଧା ୧୮୮ଜଣ କରେ ।ନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେହିପରି ୨ଜଣ ଙ୍କ ମୁଣ୍ଡ ମଧ୍ୟ ନେଇ ସାରିଲାଣି କରେ । ନା।
ତଥାପି ମଧ୍ୟ କିଛି ଅମାନିଆ ଲୋକ ସଚେତନ ନ ହୋଇ ସରକାରଙ୍କ ନୀତି ନିୟମ କୁ ଫୁ କରି ଚାଲିଛନ୍ତି । ଏଣୁ ଆଜି ପୁଣି ଫୁଲବାଣୀ ସହରରେ ଲୋକଙ୍କୁ କରୋନା ସଚେତନତା ପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନ ଟିମ୍ ହ୍ୟୁମାନିଟି କନ୍ଧମାଳ ଏବଂ ସଦର SDPO ମହେନ୍ଦ୍ର ନାଥ ମୁର୍ମୁ, ସେକେଣ୍ଡ ଅଫିସର ସାନ୍ତୁନୁ ପ୍ରଧାନ । କିଶୋର କୁମାର ମହାଙ୍କୁଡ , ଓ କିଛି ପୋଲିସ କର୍ମଚାରୀ ଏକ ସଚେତନତା କାର୍ଯ୍ୟକ୍ରମ କରି ସହର ପରିକ୍ରମା କରି ଲୋକଙ୍କୁ ବୁଝାଇଥିଲେ । ଯମରାଜ, ଚିତ୍ର ଗୁପ୍ତ, ଭଳି ଅନ୍ୟାନ୍ୟ ବେଶ ଭୁଷାରେ ଆସି ଅମାନିଆ ନ ହୋଇ ମାସ୍କ ପିନ୍ଧିବା ସହ , ସାମାଜିକ ଦୂରତା ରକ୍ଷାକରିବା, ସାନିଟାଇଜର ବ୍ୟବହାର କରିବା, ଅତି ଜରୁରୀ ନଥିଲେ ଘରୁ ବାହାରକୁ ନ ବାବାରିବା ଲାଗି ପରାମର୍ଶ ଦେଇଥିଲେ।
ଟିମ ହ୍ୟୁମାନିଟି ର ଏଭଳି ସଚେତନତାପ୍ରୟାସକୁ ସାଧାରଣରେ ପ୍ରସଂଶା କରାଯାଇଛି ।

Leave a comment

Your email address will not be published. Required fields are marked *