#Breaking News

ପରିବାରିକ କଳହ ଯୋଗୁଁ ସ୍ତ୍ରୀ କୁ ହାଣିଲା ନିଷ୍ଠୁର ସ୍ୱାମୀ


ଫୁଲବାଣୀ(ସୁନୀଲ ପଟନାୟକ )
ଅଗ୍ନି କୁ ସାକ୍ଷୀ ରଖି ବିବାହ କରିଥଲେ l ଆଉ ସୁଖ ଦୁଃଖରେ ସାଥି ହୋଇ ରହିବାକୁ କଥା ଦେଇଥିଲା ସ୍ୱାମୀ l
ହେଲେ କୌଣସି କାରଣ ରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ, ଯୁକ୍ତି ତର୍କ ହୋଇଥିଲାlଏଥିରେ ହଠାତ ଉତ୍ୟକ୍ତ ହୋଇ ନିଷ୍ଠୁର ସ୍ୱାମୀ ଟାଙ୍ଗିଆ ରେ ହାଣି ସ୍ତ୍ରୀ କୁ ହତ୍ୟା କରିବାକୂଉଦ୍ୟମ କରିଥିବା ଅଭିଯୋଗ ହୋଇଛି l
ଏଭଳି ଅଭାବ ନୀୟ ଘଟଣା ଦେଖୁବାକୁ ମିଳିଛି କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କାଶିନୀପଦର ରେ l
ସ୍ୱାମୀ ମିଥୁନ ଡିଗାଲ ସ୍ତ୍ରୀ ହେମଲତା କୁ ଆଜି ଶୁକ୍ରବାର ସକାଳେ ଟାଙ୍ଗିଆରେ ଶରୀରର ବିଭିନ୍ନ ସ୍ଥାନ ରେ ଚୋଟ ମରୀବା ଫଳରେ ହେମଲତା ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚିତ୍କାର କରିଥିଲେ l ଫଳରେ ସ୍ଥନୀୟ ଲୋକ ଉଦ୍ଧାର କରିପ୍ରଥମେ ଫିରିଙ୍ଗିଆ ଡାକ୍ତରଖାନାରେ ଭର୍ତିକରିଥିଲେ ଓ ଅବସ୍ଥାଗୁରୁତର ଥିବାରୁ ଫୁଲବାଣୀ ସଦର ମହକୁମା ଡାକ୍ତର ଖାନା କୁ ସ୍ଥାନାନ୍ତର କରାଯାଇଛି lଖବର
ଫିରିଙ୍ଗିଆ ଥାନା ପୋଲିସ ଘଟଣାସ୍ଥଳ ରେ ପହଂଚିଘଟଣା ର ତଦନ୍ତ କରୁଛି l

Leave a comment

Your email address will not be published. Required fields are marked *