#Breaking News

ଆନନ୍ଦପୁର କୁ ରେଳ ସଂଯୋଗ ପାଇଁ ରେଳମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ

ନୂଆଦିଲ୍ଲୀ(ଉଲାପ୍ର)ଆନନ୍ଦପୁର ସବଡିଭିଜନ କୁ ରେଲୱେ ଲାଇନ୍ ସଂଯୋଗ ଦାବୀରେ ନୂଆଦିଲ୍ଲୀ ରେଲ ଭବନ ରେ ଭାରତ ସରକାରଙ୍କ ରେଲ ମନ୍ତ୍ରୀ ଶ୍ରୀମାନ ଅଶ୍ବନୀ ବୈଷ୍ଣବ କୁଂ ବିଜେପି ନଦୀ ସୁରକ୍ଷା ସମିତି(ନମାମି ଗଙ୍ଗେ) ର ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଦାବୀପତ୍ର ପ୍ରଦାନ କରିବା ସହିତ ଏବାବଦରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଭାରତ ସରକାରଙ୍କ ଜଳ ଶକ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀମାନ ବିଶେଶ୍ଵର ଟୁଡୁ କଂ ସମେତ ଓଡ଼ିଶା ହାଇକୋର୍ଟ ର ବରିଷ୍ଠ ଓକିଲ ଶ୍ରୀ ଶିଶିର ଦାସ, ପ୍ରଦୀପ କୁମାର ପଟ୍ଟନାୟକ, ଉଦୟ ଇଣ୍ଡିଆ ର ସଂପାଦକ ଶ୍ରୀ ଦୀପକ କୁମାର ରଥ ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ସବଡିଭିଜନ କୁ ରେଲୱେ ଲାଇନ୍ ସଂଯୋଗ ବିଷୟରେ ଆଲୋଚନା ସମୟରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଏଥିପ୍ରତି କେନ୍ଦ୍ର ସରକାର ଗୁରୁତର ସହିତ ଧ୍ୟାନ ଦେବା ପାଇଁ ପ୍ରତିନିଧି ଦଳ କୁ ପ୍ରତିଶ୍ରୁତି ଦେଇଥିଲେ

ଆଜିର ରାଶିଫଳ

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *