#Social

ଧୂମପାନ ପରେ ଶରୀରକୁ ଯାଉଥିବା ନିକୋଟିନ୍‌କୁ ବାହାର କରିବା ପାଇଁ ଖାଆନ୍ତୁ ଏହି ୫ଟି ଫଳ

ତମାଖୁ ଶରୀର ପାଇଁ ହାନିକାରକ । ଏହି ସତର୍କତା ସିଗାରେଟ୍‌ ଖୋଳରେ ଲେଖାଥାଇ ମଧ୍ୟ ଲୋକମାନେ ଧୂମପାନକୁ ନିଜର ଅଭ୍ୟାସରେ ପରିଣତ କରୁଛନ୍ତି । ସବୁ ଜାଣି ସେମାନେ ନିଜକୁ ଅନେକ ଶାରୀରିକ ସମସ୍ୟା ଆଡ଼କୁ ଠେଲି ଦେଉଛନ୍ତି । ଧୂମପାନ କରିବା ସମୟରେ ସେଥିରୁ ବାହାରୁଥିବା ଧୂଆଁ ଜରିଆରେ ନିକୋଟିନ୍‌ ଫୁସ୍‌ଫୁସ୍‌ ଏବଂ ମସ୍ତିଷ୍କରେ ପ୍ରବେଶ କରିଥାଏ । ଯାହା ଧିରେ ଧିରେ ମଣିଷକୁ ନିଜ ଅଧିନକୁ ନେଇ ଆସିଥାଏ । ଦିନକୁ ଦିନ ମଣିଷର ଧୂମପାନ କରିବାର ଅଭ୍ୟାସ ବଢ଼ି ବଢ଼ି ଚାଲିଥାଏ । ଯାହା ପରେ ଫୁସ୍‌ଫୁସ୍‌ କର୍କଟ ରୋଗର କାରଣ ପାଲଟି ଥାଏ । ଏଭଳି ସମସ୍ୟାରୁ ବଞ୍ଚିବା ସହ ଶରୀରରୁ ନିକୋଟିନ୍‌ ବାହାର କରିବା ପାଇଁ ହେଲେ ଧୂମପାନ ପରେ ଏହି ସବୁ ଫଳ ନିଶ୍ଚୟ ଖାଆନ୍ତୁ । ଆସନ୍ତୁ ଜାଣିବା ସେ ବିିଷୟରେ…

୧.ଫଳମାନଙ୍କ ମଧ୍ୟରୁ ସେଓକୁ ସବୁଠାରୁ ପୁଷ୍ଟିକର ବୋଲି କୁହାଯାଏ । ଏଥିରେ ଅନେକ ପ୍ରକାରର ଭିଟାମିନ୍‌ ଏବଂ ଆଣ୍ଟି-ଅକ୍ସିଡ଼ାଣ୍ଟ ରହିଥାଏ, ଯାହା ଫୁସ୍‌ଫୁସ୍‌ ସମ୍ବନ୍ଧିତ ସମସ୍ତ ସମସ୍ୟାକୁ ଦୂର କରିଥାଏ । ସେଥିପାଇଁ ଧୂମପାନ କରିବା ପରେ ସେଓ ନିଶ୍ଚୟ ଖାଆନ୍ତୁ ।

ସମ୍ପାଦନା – ମନୋରଞ୍ଜନ ମହାପାତ୍ର

Leave a comment

Your email address will not be published. Required fields are marked *