ସରକାରୀ ସଂସ୍ଥାକୁ ଟିକଟ ଦେବନି ଏୟାର ଇଣ୍ଡିଆ, ୨୬୮ କୋଟି ବକେୟା

admin | December 26, 2019 | 59 views |0 | National

ନୂଆଦିଲ୍ଲୀ: କ୍ଷତିରେ ଚାଲୁଥିବା ସରକାରୀ ବିମାନ ପରିଚାଳନା ସଂସ୍ଥା ଏୟାର ଇଣ୍ଡିଆ ପ୍ରଥମ ଥରପାଇଁ ସରକାରୀ ସଂସ୍ଥା ମାନଙ୍କୁ ଟିକଟ ଦେବାପାଇଁ ମନାକରିଛି। ଏୟାର ଇଣ୍ଡିଆ କହିଛି ଯେଉଁ ସରକାରୀ ସଂସ୍ଥା ମାନଙ୍କର ବକେୟା ପରିମାଣ ୧୦ ଲକ୍ଷ ଟଙ୍କାରୁ ଅଧିକ ସେମାନଙ୍କୁ ଆଉ ଟିକଟ ମିଳିବନି,ଯେଉଁ ପର୍ଯ୍ୟନ୍ତ ସେମାନେ ବକେୟା ଅର୍ଥ ପୈଠ ନକରିଛନ୍ତି। ଏୟାର ଇଣ୍ଡିଆର ସୂଚନା ଅନୁସାରେ ବିଭିନ୍ନ ସରକାରୀ ସଂସ୍ଥାର ପ୍ରାୟ ୨୬୮ କୋଟି ଟଙ୍କା ବାକି ରଖିଛନ୍ତି।
ଏୟାର ଇଣ୍ଡିଆର ଜଣେ କର୍ମଚାରୀ କହିଛନ୍ତି କମ୍ପାନି ପ୍ରଥମଥର ପାଇଁ ବକେୟା ଅର୍ଥ ପ୍ରଦାନରେ ଖିଲାପ କରିଥିବା ସରକାରୀ ସଂସ୍ଥା ମାନଙ୍କର ଏକ ତାଲିକା ପ୍ରସ୍ତୁତ କରିଛି । ଏହି ତାଲିକା ସାରା ଦେଶ ପାଇଁ କରାଯାଇଛି। ଏହି ତାଲିକାରେ କେଉଁ ସରକାରୀ ସଂସ୍ଥାର କେତେ ବକେୟା ଅର୍ଥ ରହିଛି ତାହା ଉଲ୍ଲେଖ କରାଯାଇଛି। ଏହି ତାଲିକା ଆଧାରରେ ସେହି ସରକାରୀ ସଂସ୍ଥାମାନଙ୍କୁ କେବଳ ନଗଦ ଅର୍ଥ ମାଧ୍ୟମରେ ଟିକଟ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।
ଏକ ଇଂରାଜୀ ଖବର କାଗଜ ତଥ୍ୟ ଅନୁସାରେ ଏୟାର ଇଣ୍ତିଆର ବକେୟା ଅର୍ଥ ରଖିଥିବା ସରକାରୀ ସଂସ୍ଥା ତାଲିକାରେ ସିବିଆଇ,ଆଇବି,ଇଡି,କଷ୍ଟମ ବିଭାଗ, କେନ୍ଦ୍ରୀୟ ଶ୍ରମ ସଂସ୍ଥାନ, ଇଣ୍ଡିଆନ ଅଡିଟ ବୋର୍ଡ, କଣ୍ଟ୍ରୋଲର ଅଫ ଡିଫେନ୍ସ ଆକାଉଣ୍ଟସ ଏବଂ ସୀମା ସୁରକ୍ଷା ବଳ ରହିଛନ୍ତି।

Share this

Related Posts

ଆଠଗଡ ରେ କେନ୍ଦ୍ର ପଞ୍ଚାୟତ ରାଜ ମନ୍ତ୍ରୀ…

Udaya_Labanya | April 15, 2023 | 106 views |1

ଆଠଗଡ ( ଉଲ୍ଲାପ୍ର )କେନ୍ଦ୍ର ପଞ୍ଚାୟତ ରାଜ ମନ୍ତ୍ରୀ ଗିରିରାଜ ସିଙ୍ଗ ଅନୁଗୁଳ ଗସ୍ତ ସମୟରେ ଆଠଗଡ ଚାନ୍ଦବାଲି ଛକରେ ବିଜେପି ଦଳ ତରଫରୁ କେନ୍ଦ୍ରମନ୍ତ୍ରୀ ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ଥିଲା, ବିଜେପି ନେତା ଅଭୟ ବାରିକଙ୍କ…

ଫୁଲବାଣୀରେ ବ୍ୟାଙ୍କ ସମ୍ମୁଖ ରୁ ସତରଲକ୍ଷ ଝାମ୍ପିନେଲେ…

Udaya_Labanya | April 3, 2023 | 158 views | 0

ଫୁଲବାଣୀ(ସୁନୀଲ ପଟନାୟକ )ଫୁଲବାଣୀ ରେ ପୁଣି କଳା ପଲ୍ସସର୍ ର ଆତଙ୍କ l ବ୍ୟବସାୟୀ ଙ୍କ ଠାରୁ ଲୁଟି ନେଲେ 17 ଲକ୍ଷ 50 ହଜାର ଟଙ୍କା l ଫୁଲବାଣୀ ର ଏକ ଗ୍ରୋସରୀ ଦୋକାନ ମାଲିକ ଅଜୟ ପାତ୍ର ଓ…

Leave a Reply

Your email address will not be published. Required fields are marked *

Archives

Categories