#Breaking News

ନୟାଗଡ଼ ରେ ସାମ୍ବାଦିକ ଙ୍କୁ ଆଶାଳୀନ ବ୍ୟବହାର ନେଇ କଟକ ଜିଲ୍ଲା,ଆଠଗଡ ସବ ଡିଭିଜନ ସାମ୍ବାଦିକ ସଙ୍ଘ ଦୃଢ ନିନ୍ଦା କଲା

ଆଠଗଡ(ଉଲାପ୍ର)ନୟାଗଡ଼ ଜିଲ୍ଲାରେ କର୍ତ୍ତବ୍ୟ ରତ ସାମ୍ବାଦିକ news7 ଓ ଧରିତ୍ରୀ ସାମ୍ବାଦିକ ଙ୍କୁ ଅବକାରୀ ବିଭାଗର କର୍ମଚାରୀଙ୍କ ଆଶାଳୀନ ବ୍ୟବହାର ଗାଳିଗୁଲଜ କୁ ନେଇ ଉତ୍କଳ ସାମ୍ବାଦିକ ସଙ୍ଘ କଟକ ଜିଲ୍ଲା ସାମ୍ବାଦିକ ସଙ୍ଘ ଓ ଆଠଗଡ ସବ ଡିଭିଜନ ସାମ୍ବାଦିକ ସଙ୍ଘ ଦୃଢ ନିନ୍ଦା ପ୍ରକାଶ କଲା, ଆଜି କଟକ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଲଲାଟେନ୍ଦୁ ସେନାପତିଙ୍କ ପୌରହିତ ରେ ସ୍ତାନୀୟ ଉତ୍ତରା ଚଣ୍ଡୀ ମନ୍ଦିର ଠାରେ ଏକ ବୈଠକ କରାଯାଇ ଏଭଳି ଘଟଣାକୁ ଦୃଢ ନିନ୍ଦା କରିବା ସହିତ ତୁରନ୍ତ ଅବକାରୀ ବିଭାଗ କର୍ମଚାରୀ ଙ୍କୁ ଗିରଫ କରିବା ପାଇଁ ଦାବି କରାଯାଇଛି, ଜଣେ ଦାଇତ୍ଵ ସମ୍ପନ୍ନ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ତଥା ଖୋଦ ନୟାଗଡ ଟାଉନ ରେ ଯଦି ସାମ୍ବାଦିକ ମାନେ ସୁରକ୍ଷିତ ନାହାଁନ୍ତି ତେବେ ବିଜେଡି ସରକାରରେ ରାଜ୍ୟରେ ସାମ୍ବାଦିକ ମାନେ କେମିତି ସୁରକ୍ଷିତ ଥିବେ ଏହା ନେଇ ଉପସ୍ଥିତ ସାମ୍ବାଦିକ ମାନେ ପ୍ରଶ୍ନ ଉଠାଇଛନ୍ତି, ଏହି ବୈଠକରେ ଆଠଗଡ ସବ ଡିଭିଜନ ସାମ୍ବାଦିକ ସଂଘର ସଭାପତି ସଚ୍ଚିଦାନନ୍ଦ ପଣ୍ଡା,ଉପ ସଭାପତି ସର୍ବେଶ୍ୱର ପଣ୍ଡା,ସମ୍ପାଦକ ସନ୍ତୋଷ ବାରିକ,ବିଜୟ ନାୟକ,ବିଷ୍ଣୁ ପ୍ରସାଦ ଦାସ ପ୍ରମୁଖ ଯୋଗଦେଇ ସାମ୍ବାଦିକ ମାନଙ୍କ ଉପରେ ହେଉଥିବା ଆକ୍ରମଣ ଘଟଣାକୁ ନିନ୍ଦା କରିଛନ୍ତି।

Leave a comment

Your email address will not be published. Required fields are marked *