#Breaking News

ଜାପାନ ଧର୍ମଗୁରୁଙ୍କ ନୂଆପାଟଣା ଐତିହାସିକ ବୋଧିବୃକ୍ଷ ପରିଦର୍ଶନ

ନୂଆପାଟଣା ( ଉଲ୍ଲାପ୍ର )ଜାପାନ ବୌଦ୍ଧ ଧର୍ମଗୁରୁ ଜୁନସେଇ ତେରାସାୱା ତିଗିରିଆ ଅନ୍ତର୍ଗତ ନୂଆପାଟଣାରେ ଥିବା ବୋଧିଦ୍ରୁମ ବୁଦ୍ଧ ବିହାର ( ଭଗବାନ ବୁଦ୍ଧ ମନ୍ଦିର ) ପରିଦର୍ଶନ କରି ଐତିହାସିକ ବୋଧିବୃକ୍ଷ ଠାରେ ବୁଦ୍ଧ ବନ୍ଦନା ,ଚୈତ୍ୟ ବନ୍ଦନା ଓ ବୋଧି ବନ୍ଦନା କରିବା ସହ ଶାନ୍ତି, ମୈତ୍ରୀ ,ଦୟା ଓ କରୁଣାର ପ୍ରତିଷ୍ଠା କରି ନୂଆପାଟଣା ବୌଦ୍ଧ ସଂଘର ଉପାସକ ଓ ଉପାସିକା ମାନଙ୍କ ସହିତ ପଦଯାତ୍ରା କରି ବୁଦ୍ଧଙ୍କ ମହାନ ବାଣୀ ଓ ଧମ୍ମଦେଶନା ଦେଇଥିଲେ । ଓଡ଼ିଶାର ଗର୍ବ ଓ ଗୌରବ ଶାନ୍ତିସ୍ତୁପ ଧଉଳିରେ ହେବାକୁ ଥିବା 50 ବର୍ଷ ପୂର୍ତ୍ତିର ସୁବର୍ଣ୍ଣ ଜୟନ୍ତୀ ଅବସରରେ ନୂଆପାଟଣା ବୌଦ୍ଧ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହିବାକୁ ଜାପାନ ଭିକ୍ଷୁ ନିମନ୍ତ୍ରଣ କରିଥିଲେ l ଏହି ଧମ୍ମ ଦେଶନା ଉତ୍ସବରେ ନୂଆପାଟଣା ବୌଦ୍ଧ ସଂଘର ସଭାପତି ରଙ୍ଗାଧର ପାତ୍ର ,ସମ୍ପାଦକ ନିରଞ୍ଜନ ମହାପାତ୍ର ମୁଖ୍ୟ ପରିଚାଳକ ସୁଦାମ ଚରଣ ବର୍ଦ୍ଧନ, ସଦାନନ୍ଦ ପାତ୍ର, ନିରାକାର ମହାପାତ୍ର ,ଶାନ୍ତିଲତା ପାତ୍ର, ପ୍ରତିଭା ପାତ୍ର, ମଞ୍ଜୁଲତା ମହାପାତ୍ର, କଳ୍ପନା ବର୍ଦ୍ଧନ , ମମତା ପାତ୍ର, ରେଣୁବାଳା ଚନ୍ଦ , ସଂଜୁକ୍ତା ବର୍ଦ୍ଧନ , ତିଳୋତ୍ତମା ଚନ୍ଦ ସମେତ ବହୁ ଉପାସିକା ଓ ଉପାସକ ମାନେ ଉପସ୍ଥିତ ଥିଲେ ।

Leave a comment

Your email address will not be published. Required fields are marked *