#Breaking News

କନ୍ଧମାଳରେ ଦ୍ଵିତୀୟ ଦିନରେ ୩୦୪ ପ୍ରାର୍ଥୀପତ୍ର ଦଖଲ


ଫୁଲବାଣୀ
(ସୁନୀଲ ପଟନାୟକ )
କନ୍ଧମାଳ ଜ଼ିଲ୍ଲା ରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ଓ ଜ଼ିଲ୍ଲା ପରିଷଦ ସଭ୍ୟ ପାଇଁ ଦ୍ଵିତୀୟ ଦିନରେ ୩୦୪ଜଣ ପାର୍ଥିପତ୍ର ଦଖଲ କରିଛନ୍ତି l
ସେଥିମଧ୍ୟରୁ ୱାର୍ଡ ମେମ୍ବର ଭାବେ
୨୧୦ଜଣ ପାର୍ଥିପତ୍ର ଦା ଖଲ କରିଥିବାବେଳେ ସରପଞ୍ଚ ୫୬ଜଣ, ସମିତିସଭ୍ୟ ଭାବେ ୩୮ଜଣ ପାର୍ଥି ସେମାନଙ୍କ ପାର୍ଥିପତ୍ରଦଖଲ କରିଥିବା ନେଇ ଜ଼ିଲ୍ଲା ପଂଚାୟତ ଅଧିକାରୀ ରତିକାନ୍ତ ଆଚାର୍ଯ୍ୟ କହିଛନ୍ତି l ତେବେ ଜ଼ିଲ୍ଲା ପରିଷଦ ପାର୍ଥି ଭାବେ ଆଜି ମଧ୍ୟକେହି ଜଣେ ହେଲେ ପାର୍ଥି ପତ୍ର ଦାଖଲ କରିନଥିବା କଥା ଜ଼ିଲ୍ଲା ପଂଚାୟତ ଅଧିକାରୀ ଆଚାର୍ଯ୍ୟ କହିଛନ୍ତି l
ତେବେପାର୍ଥୀମାନେ ସରକାରଙ୍କ କୋଭିଡ ଗାଇଡ଼ ଲାଇନ ମାନି କମ ସଂଖ୍ୟକ ସମର୍ଥକ ଙ୍କ ସହ ଆସି ପାର୍ଥି ପତ୍ର ଦାଖଲ କରିଥିଲେ l
ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଯେପରି ମୁକ୍ତ, ଅବାଧ, ସ୍ଵଛ ଓ ନିରପେକ୍ଷ ହେବ ସେଥିପାଇଁ ଜ଼ିଲ୍ଲାପାଳ, ବିଡ଼ିଓ ଓ ଜ଼ିଲ୍ଲା ପଂଚାୟତ ଅଧିକାରୀ, ପ୍ରମୁଖ ସତର୍କ ଦ୍ରୁଷ୍ଟି ଦେଉଥିବା ଦେଖିବାକୁ ମିଳିଛି l
ସେହି ପରି ଗତକାଲି ୧୯୨ ଜଣ ଜିଲ୍ଲାରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

Leave a comment

Your email address will not be published. Required fields are marked *