#Breaking News #District

କନ୍ଧମାଳ ମିଡିଆ ଫରୋମ ନୂତନ କର୍ମକର୍ତ୍ତା


ଫୁଲବାଣୀ-(ସୁନୀଲ ପଟନାୟକ)
ବୁଧବାର ସ୍ଥାନୀୟ ପ୍ରେସ କ୍ଳବ ଠାରେ ଜିଲା ମିଡିଆ ଫରୋମ ର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା ଓ ଆଗାମୀ ଦୁଇ ବର୍ଷ ପାଇଁ ନୂତନ କର୍ମକର୍ତା ମନୋନୀତ କରାଯାଇ ଥିଲା।
ସଭାପତି ସୁନୀଲ ବିଶ୍ଵାଳଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ସାଧାରଣ ସଂପାଦକ ସୂର୍ଯ୍ୟ ନାରାୟଣ ବେହେରା ଗତ ଦୁଇ ବର୍ଷ ମଧ୍ୟରେ ହାତକୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇବା ସହ ଆୟବ୍ୟୟ
ବିବରଣୀ ପ୍ରଦାନ କରିଥିଲେ ।
ପରେ ନୂତନ କର୍ମ କର୍ତା ମନୋନୀତ କରାଯାଇଥିଲା
ସଭାପତି ଭାବେ ସାମ୍ୱାଦିକ ସନ୍ତୋଷ ଡିଗଲ ଉପସଭାପତି ଭାବେ ବିଦ୍ୟନାଥ ନାୟକ ,ସଂପାଦକ ଭାବେ ଆଦିତ୍ୟ ତ୍ରିପାଠୀ, ସହ ସଂପାଦକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଓ କୋଷାଧ୍ୟକ୍ଷ ଭାବେ ପ୍ରଶାନ୍ତ ଜେନା ମନୋନୀତ ହୋଇଥିବା ବେଳେ କାର୍ଯ୍ୟକାରୀ ସଦସ୍ୟ ଭାବେ ସୂର୍ଯ୍ୟନାରାୟଣ ବେହେରା, ବାଳକୃର୍ଣ୍ଣ ଚର୍ଚୀ, ବିମଳ ନାଏକ, ବ୍ରଜନାଏକ ମନୋନୀତ ହୋଇଛନ୍ତି।
ସେହିପରି ପରାମର୍ଶଦାତା ଭାବେ ବରୀ ଷ୍ଠ ସାମ୍ବାଦିକ ସୁନୀଲପଟନାୟକ,ଗୋପାଳ କୃଷ୍ଣ ପଟନାୟ କ, ରାଧାମୋହନ ମହାପାତ୍ର, ଅଜିତ ମହାରଣା,ସିବାନନ୍ଦ ପଟ୍ଟନାୟକ ଓ ତ୍ରୀନାଥ ସାହୁ , ପ୍ରମୁଖ ରହିଥିବାବେଳେ ସତ୍ୟ ନାରାୟଣ ବେହେରା ଆଇନ ପରାମର୍ଶ ଦାତା ଭାବେ ମନୋନୀତ ହୋଇଛନ୍ତି।
ନିର୍ବାଚନକୁ ବରୀଷ୍ଠ ସାମ୍ବାଦିକ ଗୋପାଳକୃଷ୍ଣ ପଟ୍ଟନାୟକ ଓ ସୁନୀଲ ପଟ୍ଟନାୟକ ସୁଚାରୁ ରୁପେ ପରିଚାଳନା କରିଥିଲେ।
ଏହି ନୂତନ କମିଟି ସାମ୍ବାଦିକମାନଙ୍କ ସମସ୍ୟା ଓ ବୃତ୍ତିଗତ ସୁରକ୍ଷା ଦିଗରେ
ଯଥେଷ୍ଟ ଧାନ ଦେଇ କାର୍ଯ୍ୟ କରିବ ବୋଲି ସଭାପତି ସନ୍ତୋଷ ଦିଗଲ ଓ ସଂପାଦକ ଆଦିତ୍ୟ ତ୍ରିପାଠୀ କହିଛନ୍ତି।

Leave a comment

Your email address will not be published. Required fields are marked *