#Uncategorized

ଜଙ୍ଗଲରେ ନିଆଁ ଲଗାଇବା ଓ ଶିକାର କରିବାକୁ ଉଦ୍ୟମ କରୁଥିବା ଅଭିଯୋଗରେ ବନ୍ଧୁକ ସହ ଶିକାରୀ ଗିରଫ


ଫୁଲବାଣୀ,_(ସୁନୀଲପଟନାୟକ) ଆଜି ଗୁରବାରକନ୍ଧମାଳ ଜିଲ୍ଲା ରାଇକିଆ ବନବିଭାଗ 6 ରଂଜ ଅନ୍ତର୍ଗତ ମାଣିକେଶ୍ଵର ରିଜର୍ଭ ଜଙ୍ଗଲରେ ନିଆଁ ଲଗାଇଶିକାର କରିବାକୁ ଉଦ୍ୟମ କରୁଥିବାବେଳେ ପେଟ୍ରୋଲିଙ୍ଗ କରୁଥିବା ବନକର୍ମଚାରୀମାନେ ଜଣେ ଶିକାରୀ କୁ କାବୁ କରିଧରିଥିଲେ।ଗିରଫ ଶିକାରୀ ଜଣଙ୍କ ବଡମାହା ଗ୍ରାମର ମିଟୁ ପ୍ରଧାନ ବୋଲି ବନବିଭାଗ 6ରଂଜର ସଂଜୟ ସାହୁ କହିଛନ୍ତି। ମିଟୁ ପାଖରୁ ଏକ ବନ୍ଧୁକ ଓ ଗୁଳି ସମେତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଛି ବନବିଭାଗ,I
ବନ ବିଭାଗଫରେଷ୍ଟର ବିଷ୍ଣୁପ୍ରସାଦ ରଥ ଓ ବନରକ୍ଷୀ ଅଜିତ କୁମାର ଗଣ୍ଡା ଶିକାରୀ ମିଟୁକୁ ଗିରଫ କରିଛନ୍ତି ।
ଏ ସଂପର୍କରେ ୧୨୭/୨୧ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ମିଟୁ ପ୍ରଧାନକୁ କୋର୍ଟ ଚାଲାଣ କରାଯାଇଥିବା କଥା 6 ରଂଜର ସଞ୍ଜ ୟସାହୁ କହିଛନ୍ତି ।
ରାଇକିଆ ବନବିଭାଗ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ଓ ସମୟୋଚିତ ପଦକ୍ଷେପ ଯୋଗୁଁ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷାକରିବା ସହ ବନ୍ୟପ୍ରାଣୀ ଙ୍କ ସୁରକ୍ଷା ସମ୍ଭବ ହୋଇପାରିଥିବା ଡିଏଫଓ ଲକ୍ଷ୍ମୀନାରାୟଣ ବେହେରା । କହିଛନ୍ତି ।
ବନ ବିଭାଗର ବ୍ୟାପକ ସଚେତନତାସତ୍ତ୍ୱେ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷାକରିବା ସମ୍ଭବ ହୋଇପାରୁନଥିବା ଦେଖାଯାଉଛି।
‘ତଥାପି ଫୁଲବାଣୀ ବନଖଣ୍ଡ ଅଧିନରେ ଥିବା ୭ଟି 6ରଂଜରେ ବନ କର୍ମଚାରୀମାନେ ସକ୍ରିୟ ରହି ଜଙ୍ଗଲକୁ ନିଆଁ ଦ।ଉରୁରକ୍ଷାକରିବା ସହ ବନ ପ୍ରାଣୀ ଙ୍କୁ ସୁରକ୍ଷା ପ୍ରଦାନ କରୁଥିବା କଥା ଡିଏଫଓ ଲକ୍ଷ୍ମୀନାରାୟଣ ବେହେରା କହିଛନ୍ତି।


Leave a comment

Your email address will not be published. Required fields are marked *