#Breaking News #Uncategorized

ନରସିଂହପୁର ଟେ କୋଭିଡ କେୟାର ସେଣ୍ଟର ଉଦୁଘାଟିତ

ନରସିଂହପୁର (ଉ ଲା ପ୍ର) ନରସିଂହପୁର ଏସି ଏସଟି ହଷ୍ଟେଲ ଠାରେ କୋଭିଡ କେୟାର ସେଣ୍ଟର ଉଦ୍ଘାଟିତ ହୋଇଯାଇଛି। ଏଥିରେ ବିଧାୟକ ଦେବୀପ୍ରସାଦ ମିଶ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ ଉଡୁଘାଟିତ କରିଥିଲେ।ବିଡ଼ିଓ ପ୍ରଦୀପ କୁମାର ସାହୁଙ୍କ ଅଧକ୍ଷତାରେ ଏହି ଉତ୍ସବରେ ବ୍ଲକ ଅଧକ୍ଷ କିଶୋର ଚନ୍ଦ୍ର ମିଶ୍ର, ପିଡ଼ି ଡିଆରଡିଏ ଅମ୍ବର କୁମାର କର, ଡାକ୍ତର ଦେବାଶିଷ ଜେଠି, ଡାକ୍ତର ସୁଭାସିସ ଶତପଥୀ, ସହକାରୀ ଯନ୍ତ୍ରୀ ଦିଲ୍ଲୀପ ବେହେରା, ଜିଲ୍ଲା ସ୍ତରୀୟ ଅଧିକାରୀ, ଜିଲ୍ଲା ପରିଷଦ ସଭ୍ୟ ନିର୍ମଳ ଜେନା, ବ୍ଲକର ସମସ୍ତ ଯନ୍ତ୍ରୀ, ସରପଞ୍ଚ ବୀଣାପାଣି ବେହେରା ଯୋଗ ଦେଇଥିଲେ।ଏହି ସେଣ୍ଟର ଦ୍ୱାରା କରୋନା ପଜିଟିଭ ମାନଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ବିଡ଼ିଓ ସୂଚନା ଦେଇଛନ୍ତି।

Leave a comment

Your email address will not be published. Required fields are marked *