#Breaking News #Uncategorized

ପୁଣି ଅବକାରୀ ବିଭାଗ ସ୍କ୍ୱାଡ଼ ର ଚଢ଼ାଉ, ଏକ କୁଇଣ୍ଟାଲ ର ଉର୍ଦ୍ଧ୍ଵ ଗଞ୍ଜେଇ ଜବତ, ୬ ଗିରଫ


ଫୁଲବାଣୀ – (ସୁନୀଲ ପଟ୍ଟନାୟକ)
ପୁଣି ଅବକାରୀ ବିଭାଗର ଏକ ସ୍କ୍ୱାଡ଼ ଚଢ଼ାଉ କରି ଏକ କୁଇଣ୍ଟାଲ ରୁ ଉର୍ଦ୍ଧ୍ଵ ଗଂଜେଇ ଚୋରା ଚାଲଣ ବେଳେ ଜବତ କରିଛି l ଗଞ୍ଜେଇ ଚୋରା ଚାଲଣ ହେଉଥିବା
ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ସୁପରିଟେଣ୍ଡଣ୍ଟଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ସ୍କ୍ବାର୍ଡ ଟିମ ସଦଳବଳେ ଫୁଲବାଣୀ ସହରର ମୁଖ୍ୟ ରାସ୍ତାରେ ପଇଁତରା ମାରିବା ସହ ସତର୍କ ନିଜର ମଧ୍ୟ ରଖିଥିଲା।
ଫିରିଙ୍ଗିଆ ଠାରୁ ଗୋଟି ଏ ବୋଲେରୋ ପିକଅପ୍ ଓ ଫଲେ । କରି ଆସୁଥିବା ବାଇକ କୁ ଚତୁରତାର ସହ ଅଟକାଇ ବିପୁଳ ଗଞ୍ଜେଇ ଜବତ କରିବା ସହ ଏଥିରେ ସଂପୃକ୍ତ୬ଜଣ ଅଭିଯୁକ୍ତକୁ ଗିରଫ କରିଛି ଅବକାରୀ ବିଭାଗ।
ଏ ସବୁ ଗ6 ଜଂ ଇଫିରିଙ୍ଗିଆରୁ ଅନୁଗୁଳ ଚୋରାଚାଲାଣ ହେଉଥିବା କଥା ପ୍ରାଥମିକ ତଦନ୍ତରୁ ଜଣା ପଡିଥିବା ଅବକାରୀ ବିଭାଗ ଅଧିକାରୀ କହିଛନ୍ତି । ଅବକାରି ବିଭାଗ ଏ ନେଇ ଏକ ମାମଲା ରୁଜୁ କରିବା ସହ ଗିରଫ ୬ଜଣ ଅଭିଯୁକ୍ତକୁ ବୁଧବାର କୋର୍ଟଚାଲାଣ କରିଛି ।
ଏକ ବୋଲେରୋ ଡାଲା ଗାଡିଓ ବାଇକ କୁ ମଧ୍ଯ ଜବତ କରିଛି ଅବକାରୀ ବିଦ୍ଭାଗ,l
ସେହି ପରି ଗତ ସପ୍ତାହରେ ମଧ୍ଯ ଅବକାରୀ ବିଭାଗ ସ୍କ୍ବାର୍ଡ ଗ6 ଜଂ ଇ ଚୋରାଚାଲାଣ ହେଉଥିବା ଖବର ପାଇ
ସାଧନ ଛକଠାରେ 108 କିଲୋ ଗଞ୍ଜେଇ ଜବତ କରିବା ସହ ୩ ଜଣ ଗଞ୍ଜେଇ ଚୋରା ଚାଲାଣ କାରି ଅଭିଯୁକ୍ତ କୁ ଗିରଫ କରିଥିଲେ ।
ଅବକାରୀ ବିଭାଗ ସୁପେରିଟେଣ୍ଡେଣ୍ଟ ଙ୍କ ନିର୍ଦେଶ ରେ ଜ଼ିଲ୍ଲା ର ବିଭିନ୍ନ ସ୍ଥାନରେ ଚଢା ଉ କରି ଅବକାରୀ ବିଭାଗ ଟିମ ଚୋରା ଗଂଜେଇଚାଲାଣ ରୋକିବା ସହ ଗଂଜେଇ ମାଫିଆ ମାନଂକୁ ସା ବାଡ କରିବାରେ ଅନେକଂl ଶ ରେ ସଫଳ ହୋଇଥିବା ଜଣାପଡିଛି l

Leave a comment

Your email address will not be published. Required fields are marked *